ପୁଣି ବୋରୱେଲ୍ ପଡ଼ିଗଲା ନବଜାତକ: ଉଦ୍ଧାର ପାଇଁ ଉଦ୍ୟମ ଜାରି

0

ସମ୍ବଲପୁର: ପୁଣି ସାମ୍ନାକୁ ଆସିଲା ବୋରୱେଲ  ଟ୍ରାଜେଡି । ସମ୍ବଲପୁର ଜିଲ୍ଲା  ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗ୍ରାମ ନିକଟସ୍ଥ ଶ୍ରୀରାମ ପଡିଆ ଠାରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ଆଜି ଅପରାହ୍ନ ସମୟରେ ଜଣେ ମହିଳା ପ୍ରସବ ପରେ ନବଜାତ ଶିଶୁକୁ ଉକ୍ତ ବୋରୱେଲରେ ପକାଇ ଦେଇଥିବା ଅଭିଯୋଗ ହୋଇଛି l

ସ୍ଥାନୀୟ ଲୋକ ଏନେଇ ଜାଣିଲା ପରେ ଅଗ୍ନିଶମ ବାହିନୀ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି l ବୋରୱେଲ ଭିତରକୁ ଆକ୍ସିଜେନ ଦିଆ ଯାଉଛି l ସେପଟେ ୩ ଟି ଜେସିବି ସାହାର୍ଯ୍ୟରେ ମାଟି ଖୋଳା ଚାଲିଛି l

Leave A Reply

Your email address will not be published.