ଟ୍ରକରୁ ଧକ୍କାଦେଲା ବରଯାତ୍ରୀ ଗାଡ଼ି : ୮ ମୃତ, ୩ ଗୁରୁତର
ଲକ୍ଷ୍ନୌ(ଆମ ଟିଭି ): ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗରରେ ଅଘଟଣ । ଟ୍ରକରୁ ଧକ୍କାଦେଲା ବରଯାତ୍ରୀ ଗାଡ଼ି। ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ଗାଡ଼ିରେ ମୋଟ ୧୧ ଜଣ ଥିଲେ । ଗୁରୁତରଙ୍କୁ ଗୋରଖପୁର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ମୃତକ ଏବଂ ଗୁରୁତର ମାନେ ଗୋରଖପୁର ଜିଲ୍ଲା ସୋହରତଗଡର ମହଲା ଗାଁର ବୋଲି ଜଣାପଡିଛି ।
ଦୁର୍ଘଟଣା ପରେ ବୋଲେରୋ ମଧ୍ୟରେ ଫସିିଥିବା ଲୋକମାନେ ଉଦ୍ଧାର କରିବା ପାଇଁ ଚିତ୍କାର କରୁଥିଲେ। ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ବୋଲେରୋ ମଧ୍ୟରେ ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣା ଯୋଗୁଁ ରାସ୍ତା ମଧ୍ୟ ବେଶ କିଛି ସମୟ ପାଇଁ ବନ୍ଦ ରହିଥିଲା । ଖବର ପାଇଁ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି ।