ବ୍ରିଜ୍ ଭୂଷଣଙ୍କ ଲୋକ ଫୋନ କରି ଧମକ ଦେଉଛନ୍ତି: ସାକ୍ଷୀ ମଲିକ

0

ନୂଆଦିଲ୍ଲୀ: ପୁଣି ବିବାଦରେ ବ୍ରିଜ ଭୂଷଣ ସିଂ । ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍ପି ବ୍ରିଜ୍ ଭୂଷଣ ସିଂଙ୍କ ବିରୋଧରେ ଅଭିଯୋଗ ଆଉ ଏକ ଅଭିଯୋଗ ଆଣିଛନ୍ତି ସାକ୍ଷୀ ମଲିକ। ସେ କହିଛନ୍ତି, ବ୍ରିଜ୍ ଭୂଷଣଙ୍କ ଲୋକ ତାଙ୍କୁ ଫୋନ କରି ଧମକ ଦେଉଛନ୍ତି।
ଏକ ଖବରଦତା ସମ୍ମିଳନୀରେ ସେ କହିଛନ୍ତି, ବ୍ରିଜଭୂଷଣଙ୍କ ଲୋକ ମୋ ମା’ଙ୍କୁ ଧମକ ଦେଉଛନ୍ତି। ଆମର ସୁରକ୍ଷା ହେଉଛି ସରକାରଙ୍କ ଦାୟିତ୍ୱ।

ବ୍ରିଜଭୂଷଣଙ୍କ ଲୋକ ପୁନର୍ବାର ସକ୍ରିୟ ହୋଇଛନ୍ତି। ଆମ ପରିବାର ପ୍ରତି ବିପଦ ରହିଛି। ଫେଡେରେସଶନ ରଦ୍ଦ ଉପରେ ସେ କହିଛନ୍ତି, ସଞ୍ଜୟ ସିଂ ଫେଡେରେଶନରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ଯଦି ନୂଆ ଫେଡେରେଶନ ପୁଣି ଆସେ ତେବେ ଆମର କୌଣସି ଅସୁବିଧା ନାହିଁ।

Leave A Reply

Your email address will not be published.