ବ୍ରଜରାଜନଗର ବିଧାୟକ ଅଳକା ମହାନ୍ତି ଅସୁସ୍ଥ

0

ଭୁବନେଶ୍ୱର (ଆମ ଟିଭି): ଅସୁସ୍ଥ ହେଲେ ଅଳକା ମହାନ୍ତି । ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ସୋମବାର ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେଉଥିବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ମୁଖ୍ୟ ଚିକିତ୍ସାଳୟରେ ଏକ ଡାକ୍ତର ଟିମ୍ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ତାଙ୍କ ହିମୋଗ୍ଲୋବିନ ମାତ୍ର ୬ ଥିବାରୁ ତୁରନ୍ତ ରକ୍ତ ଦିଆଯାଇଛି।

ତାଙ୍କୁ ଚିକିତ୍ସା କରୁଥିବା ଡା. ବିଭୁଦତ୍ତ ମହାନ୍ତିଙ୍କ ଠାରୁ ପ୍ରକାଶ ଯେ ଶ୍ରୀମତୀ ମହାନ୍ତିଙ୍କ ଉଚ୍ଚ ରକ୍ତଚାପ, ଡାଇବେଟିସ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟର ଅଧିକ ପରୀକ୍ଷାନିରୀକ୍ଷାର ଆବଶ୍ୟକତା ରହିଛି।

 

Leave A Reply

Your email address will not be published.