ନୂଆଦିଲ୍ଲୀ(ଆମ ଟିଭି): ୭ମ ଦିନରେ ପହଞ୍ଚିଛି ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ । ଏହାରି ଭିତରେ ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏକ ଗୁପ୍ତଚର ବିମାନ, ଦୁଇଟି ଯୁଦ୍ଧ ଜାହାଜ, ତିନୋଟି ମର୍ଲିନ୍ ହେଲିକପ୍ଟର ଏବଂ ସାମୁଦ୍ରିକ କମାଣ୍ଡୋଙ୍କ ଏକ କମ୍ପାନୀ ପଠାଇଛନ୍ତି। ସେମାନଙ୍କୁ ଭୂମଧ୍ୟସାଗରରେ ନିୟୋଜିତ କରାଯିବ। ଯାହାଦ୍ୱାରା ଆଞ୍ଚଳିକ ସନ୍ତୁଳନ ସୃଷ୍ଟି ହୋଇପାରିବ । ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ଏକ ରୟାଲ ନୌସେନା ଟାସ୍କ ଗୋଷ୍ଠୀ ପଠାଉଛନ୍ତି। ଆସନ୍ତା ସପ୍ତାହରେ ସେମାନଙ୍କୁ ଭୂମଧ୍ୟସାଗରକୁ ପଠାଯିବ ।
ଏହି ସାମରିକ ପ୍ୟାକେଜରେ ଗୋଟିଏ ଚ୮ ବିମାନ, ନୀରିକ୍ଷଣ ସମ୍ପତ୍ତି, ଦୁଇଟି ରୟାଲ୍ ନୌସେନା ଜାହାଜ – ଆରଏଫ୍ ଲାଇମ୍ ବାଇ ଏବଂ ଆରଏଫ୍ ଆର୍ଗସ୍, ତିନୋଟି ମର୍ଲିନ୍ ହେଲିକପ୍ଟର ଏବଂ ରୟାଲ୍ ମେରାଇନ୍ କମାଣ୍ଡୋସର ଏକ କମ୍ପାନୀ ଅନ୍ତର୍ଭୁକ୍ତ । ସେମାନେ ଭୂମଧ୍ୟସାଗରରେ ଷ୍ଟାଣ୍ଡବାଇ ମୋଡରେ ରହିବେ । ଇସ୍ରାଏଲ ଯେତେ ଶୀଘ୍ର ସେମାନଙ୍କୁ ଆବଶ୍ୟକ କରିବ, ସେବେ ସେମାନେ ମୌଦାନକୁ ଓହ୍ଲାଇବେ ।