ମୋଦୀଙ୍କୁ ଭେଟିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋିଷି ସୁନକ: କହିଲେ ଏପରି କଥା?

0

ବାଲି (ଆମ ଟିଭି): ଇଣ୍ଡୋନେସିଆ ବାଲିରେ ଚାଲିଛି ଜି୨୦ ସମ୍ମିଳନୀରେ । ବିଶ୍ୱର ୨୦ଟି ପ୍ରମୁଖ ଦେଖମାନଙ୍କର ମୁଖ୍ୟ ଏହି ସମ୍ମିଳନୀରେ ଏକାଠି ହୋଇଛନ୍ତି । ଏହାରି ଭିତରେ ମୋଦୀଙ୍କୁ ଭେଟିଛନ୍ତି ବ୍ରିଟେନର ନୂଆ ପ୍ରନ୍ନମନ୍ତ୍ରୀ ଋଷି ସୁନକ ।୨୦୨୩ରେ ବ୍ରିଟେନ ଏବଂ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ‘ ୟଙ୍ଗ ପ୍ରଫେସନାଲ ଏକ୍ସଚେଞ୍ଜ’ କାର୍ୟ୍ୟକ୍ରମ । ଏହି ଯୋଜନା ଆଧାରରେ ପ୍ରତିବର୍ଷ ପାଖାପାଖି ୩୦୦୦ ଭାରତୀୟ ବ୍ରିଟେନରେ କାମ କରିବାକୁ ଯିବାକୁ ଭିସା ପାଇବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତରେ ଏନେଇ ଆଲୋଚନା କରିଛନ୍ତି ନବନିଯୁକ୍ତ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ।

ବୁଧବାର ମୋଦୀଙ୍କ ସହ ଆଲୋଚନାରେ ବ୍ରିଟେନରେ ପ୍ରତିବର୍ଷ କାମ କରିବା ପାଇଁ ଭାରତୀୟ (୧୮ରୁ ୩୦ ବର୍ଷ ମଧ୍ୟରେ ଯୁବକ ଯୁବତୀ) ମାନଙ୍କୁ ୩୦୦୦ ଭିସା ପ୍ରଦାନ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି ଋଷି ସୁନକ୍। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଋଷି ସୁନକଙ୍କ ମଧ୍ୟରେ ବୈଠକର କିଛି ଘଣ୍ଟା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ, ଯେ ଭାରତ ହେଉଛି ପ୍ରଥମ ଦେଶ ଯାହା ଏପରି ଯୋଜନାରୁ ଲାଭବାନ ହେବାକୁ ଯାଉଛି । ଏବେ ଜି-୨୦ ଶିଖର ସମ୍ମିଳନୀ ଜାରି ରହିଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା । ଯାହାର କିଛି ସମୟ ପରେ ବ୍ରିଟିଶ୍ ସରକାରଙ୍କ ଦ୍ୱାରା ଏହି ଘୋଷଣା କରାଯାଇଛି ।

 

Leave A Reply

Your email address will not be published.