ବଜେଟ୍,, କାହା ଭାଗ୍ୟରେ କେତେ ବଡିବ
ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ନିର୍ବାଚନ ବର୍ଷ ହୋଇଥିବାରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବାକୁ ମୋଦି ସରକାର ଭରପୂର ଚେଷ୍ଟା କରିଛନ୍ତି। ଏଥିପାଇଁ ଆୟକର ଟିକସ ସ୍ଲାବରେ ହ୍ରାସ କରାଯିବା ସହ ଅନେକ ନୂଆ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି।
ଏସବୁ ଭିତରେ କେଉଁ ପ୍ରମୁଖ ମନ୍ତ୍ରଣାଳୟକୁ କେତେ ଟଙ୍କା ମିଳିଛି, ତା’ର ତଥ୍ୟ ସାମ୍ନାକୁ ଆସିଛି। ସବୁ ଥର ପରି ଏଥର ମଧ୍ୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ସବୁଠାରୁ ଅଧିକ ବ୍ୟୟ ବରାଦ ହୋଇଛି। କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ୫.୯୪ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଦ୍ୱିତୀୟରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ରହିଥିବା ବେଳେ ତୃତୀୟରେ ରେଳବାଇ ରହିଛି।