ଗୋଟାଏ ଦିନ ବଢ଼ିଲା ବଜେଟ ଅଧିବେଶନ ସମୟ

0

ନୂଆଦିଲ୍ଲୀ: ପାର୍ଲାମେଣ୍ଟର ବଜେଟ ଅଧିବେଶନକୁ ଗୋଟିଏ ଦିନ ବଢ଼ାଇ ଦିଆଯାଇଛି। ୯ ପରବର୍ତ୍ତେ ୧୦ ତାରିଖରେ ଅଧିବେଶନ ଶେଷ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ ସମୟରେ ଅର୍ଥନୀତିର କୁପରିଚାଳନା ଉପରେ କେନ୍ଦ୍ର ସରକାର ଏକ ଶ୍ୱେତପତ୍ର ଆଣିବାକୁ ଯାଉଥିବାରୁ ଅଧିବେଶନକୁ ଗୋଟିଏ ଦିନ ବଢ଼ାଯାଇଛି।

ଭୁଲ୍‌ ପରିଚାଳନା ପାଇଁ ଦେଶର ଅର୍ଥନୀତିରେ କିପରି ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା ତାହା ଉପରେ ଶ୍ୱେତପତ୍ରରେ ବିସ୍ତୃତ ବିବରଣୀ ରହିବ। ଏଥିସହିତ ସେହି ସମୟରେ ସରକାରଙ୍କ ସକାରାତ୍ମକ ପଦକ୍ଷେପର ପ୍ରଭାବ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.