ନୂଆଦିଲ୍ଲୀ (ଆମ ଟିଭି): ସମସ୍ତଙ୍କ ମନରେ ଗୋଟିଏ ଉତ୍ସାହ । କେବେ ଭାରତରେ ଚାଲିବ ବୁଲେଟ୍ ଟ୍ରେନ୍ । ଏହାରି ଭିତରେ ବୁଲେଟ୍ ଟ୍ରେନକୁ ନେଇ ଆସିଛି ବଡ଼ ଖବର । ୨୦୨୩-୨୪ ବଜେଟ୍ରେ ଭାରତୀୟ ରେଳବାଇ ନିମନ୍ତେ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ବଜେଟ୍ ଅଭିଭାଷଣରେ ଘୋଷଣା କରିଥିଲେ ଜ୍ଝ ଆଉ ଏହାକୁ ସ୍ୱାଗତ କରି ରେଳମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରାପ୍ତ ବଜେଟ୍ ଖର୍ଚ୍ଚ ସମ୍ପର୍କରେ ସେ କହିଛନ୍ତି ଯେ ରେଳ ଷ୍ଟେସନର ବିକାଶ ଠାରୁ ଆରମ୍ଭ କରି ବନ୍ଦେ ଭାରତ ଏକ୍ସପ୍ରେସ, ମେଟ୍ରୋ ଏବଂ ହାଇଡ୍ରୋଜେନ ଟ୍ରେନ୍ ଭଳି ନୂତନ ଟେକ୍ନୋଲୋଜି ଟ୍ରେନ୍ ପାଇଁ ଏହି ଅର୍ଥ ବ୍ୟବହାର କରାଯିବ। ରେଳମନ୍ତ୍ରୀ କହିଛନ୍ତି ଯେ ବଡ ଷ୍ଟେସନରୁ ଛୋଟ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ମୋଟ ୧୨୭୫ଟି ପ୍ଲାଟଫର୍ମ ତିଆରି କରିବା ପାଇଁ କାର୍ୟ୍ୟ କରାଯିବ। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉତ୍ପାଦନକୁ ତ୍ୱରାନ୍ୱିତ କରିବା ପାଇଁ କାର୍ୟ୍ୟ କରାଯିବ।
ବନ୍ଦେ ଭାରତ ଏକ୍ସପ୍ରେସ ବ୍ୟତୀତ ବନ୍ଦେ ମେଟ୍ରୋ ଟ୍ରେନ୍ ବଡ ବଡ ସହରରେ ଚଳାଚଳ କରିବ, ଯାହାର ଉତ୍ପାଦନ ଚଳିତ ବର୍ଷ ଠାରୁ ଆରମ୍ଭ ହେବ ଜ୍ଝ ବୁଲେଟ୍ ଟ୍ରେନର କାମ ମଧ୍ୟ ଦ୍ରୁତ ଗତିରେ ଚାଲିଛି ଜ୍ଝ ସେ କହିଛନ୍ତି ଯେ ବୁଲେଟ୍ ଟ୍ରେନ୍ ଅଗଷ୍ଟ ୨୦୨୬ ସୁଦ୍ଧା ଚାଲିବ। ରେଳ ମନ୍ତ୍ରୀ କହିଛନ୍ତି ଯେ ୬୦ ବର୍ଷ ତୁଳନାରେ ରେଳ ବିଦ୍ୟୁତିକରଣ କାର୍ୟ୍ୟ ମାତ୍ର ୮ ବର୍ଷରେ ଶେଷ ହୋଇଛି।
Next Post