ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା: ୩୨ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର (ଆମ ଟିଭି): ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା । ଅକାଳରେ ଚାଲିଗଲା ୩୨ଜଣ ଯାତ୍ରୀଙ୍କ ଜୀବନ । ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣାରେ ୩୨ ଜଣ ଯାତ୍ରୀଙ୍କ ମୃତ୍ୟୁ । ବିଳମ୍ବିତ ରାତିରେ ପୌରି ଗଡୱାଲରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ୫୦୦ ମିଟର ଖାତକୁ ବସ୍ ଖସି ପଡିଥିଲା । ଯାତ୍ରୀଙ୍କ ମଧ୍ୟରୁ ୬ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଉଦ୍ଧାର କାର୍ୟ୍ୟରେ ପୋଲିସ ଓ ଏସଡିଆରଏଫ୍ ଟିମ୍ ସାମିଲ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବରଯାତ୍ରୀ ବସରେ ୫୦ଜଣ ଥିଲେ । ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାରଙ୍କ ଏ ନେଇ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମଧ୍ୟ ସ୍ଥିତିର ସମୀକ୍ଷା କରିଛନ୍ତି । ଘଟଣାସ୍ଥଳରେ ଚିକିତ୍ସା ବ୍ୟବସ୍ଥା ଶୀଘ୍ର ଯୋଗାଇ ଦେବାକୁ ୫ ଜଣିଆ ଡାକ୍ତରୀ ଟିମ୍ ପଠାଇଥିଲେ ପୁଷ୍କର ସିଂ ଧାମୀ । ଯୁଦ୍ଧକାଳୀନ ଭିତ୍ତିାର ଚାଲିଛି ଉଦ୍ଧାର କାର୍ଯ୍ୟ ।