ହୁତୁ ହୁତୁ ହୋଇ ଜଳିଗଲା ବସ୍: ୨୦ରୁ ଅଧିକ ଜୀବନ୍ତ ଦଗ୍ଧ

0

ବସ୍‌ରେ ନିଆଁ ଲାଗି ଅଘଟଣ । ଏନଏଚ୍ ଉପରେ ହୁତ୍ ହୁତ୍ ହୋଇ ଜଳିଗଲା ବସ୍ । ବସ୍‌.ରେ ନିଆଁ ଲାଗି ୨୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଯାହା ସୂଚନା ମିଳିଛି, କିନ୍ତୁ କୌଣସି ସଠିକ୍ ତଥ୍ୟ ହସ୍ତଗତ ହୋଇନାହିଁ । ତେବେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବେଳେ ଏନଏଚରେ ଏହି ଅଘଟଣ ଘଟିଛି । ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ବାଇକ୍ ସହ ଧକ୍କା ହେବାରୁ ବସ୍ ଲାଗିଥିଲା ନିଆଁ । ବସ୍ ଯାଉଥିବା ବେଳେ ହଠାତ୍ ବସଟି ସାମ୍ନାପଟୁ ଆସି ପିଟି ହୋଇଥିଲା । ଯାହାଫଳରେ ନିଆଁ ଲାଗିଯାଇଥିଲା । ବସରେ ପ୍ରାୟ ୪୨ ଜଣ ଯାତ୍ରୀ ଯାଉଥିଲେ । ସେମାନଙ୍କ ମଧ୍ୟରେ ୩୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଟି କିଛି ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ଜଳିଯାଇଥିଲା । ତଥାପି, ଏବେ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ବେଙ୍ଗାଲୁରୁ-ହାଇଦ୍ରାବାଦ ରାଜପଥରେ କାଳେଶ୍ୱରମ୍ ଟ୍ରାଭେଲ୍ସର ଏକ ବସ୍ ଏକ ମୋଟରସାଇକେଲ ସହିତ ଧକ୍କା ଦେଇଥିଲା । ପରେ ବସ୍‌ଟି ନିଆଁ ଲାଗିଯାଇଥିଲା । ପୁଲିସ କହିଛି, ଦୁର୍ଘଟଣା ସମୟରେ ଡ୍ରାଇଭର ଏବଂ ସହାୟକଙ୍କ ସମେତ ମୋଟ ୪୨ ଜଣ ବସ୍‌ରେ ଥିଲେ। ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ମଧ୍ୟ ଉଲ୍ଲେଖନୀୟ ଯେ ପୂର୍ବରୁ ଅନେକ ବସ୍ ଦୁର୍ଘଟଣା ଘଟିଛି ।

Leave A Reply

Your email address will not be published.