ବରଗଡ଼ରେ ଓଲଟିଲା ବସ୍‌: ୧୯ ଆହତ

0

ବରଗଡ଼ (ଆମ ଟିଭି): ଗୁରୁବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ୧୯ ଜଣ ଆହତ ହୋଇଛନ୍ତି। ବରଗଡ଼ ଜିଲା ବରପାଲିର କୁଶନପୁରୀ ନିକଟରେ ଡିଭାଇଡରରେ ପିଟି ହୋଇ ବସ୍‌ଟି ଓଲଟି ପଡ଼ିଥିଲା।

ଆହତମାନଙ୍କୁ ବରଗଡ଼ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବସ୍‌ଟି ସମ୍ବଲପୁରରୁ ଦାମନଯୋଡ଼ି ଯାଉଥିଲା।

Leave A Reply

Your email address will not be published.