ଭୁବନେଶ୍ୱର(ଆମ ଟିଭି): ପୁଣି ତୀବ୍ର ହେବାକୁ ଯାଉଛି ଘରୋଇ ବସ୍ ମାଲିକ ସଂଘର ଆନ୍ଦୋଳନ। ସରକାର ଦାବି ନଶୁଣିଲେ ଡିସେମ୍ବର ୧ରୁ ରାଜ୍ୟର କୌଣସି ଜିଲ୍ଲାରେ ଗଡିବ ନାହିଁ ଘରୋଇ ବସ। ଏଭଳି ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଂଘ। ଧର୍ମଘଟ ପୂର୍ବରୁ ବିଧାନସଭା ଆଗରେ ଧାରଣା ଦେବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଆସନ୍ତା ୨୨ ତାରିଖରୁ ଲୋୟର ପିଏମଜିରେ ଧାରଣା ଦେବେ ହଜାରେରୁ ଅଧିକ ବସ ମାଲିକ । ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଘରୋଇ ବସ ଚକା ଜାମ କରାଯି ।
ଘରୋଇ ବସ ମାଲିକ ସଂଘର ବୈଠକରେ ଏହି ନିଷ୍ପତି ନିଆଯାଇଛି। ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ରାଜ୍ୟ ସରକାର ଓ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ ଲାଗି ରହିଛି । ଘରୋଇ ବସ୍କୁ ସରକାର ନେଇ ଲକ୍ଷ୍ମୀ ଯୋଜନାରେ ଚଳାଇବାକୁ ଦାବି କରି ଆସୁଛି ସଂଘ ।