୨୦୨୩ ସୁଦ୍ଧା ୧୭୫ଟି ଯୁଦ୍ଧଜାହାଜ ନିର୍ମାଣ କରିବ ଭାରତୀୟ ନୌସେନା
ନୂଆଦିଲ୍ଲୀ (ଆମ ଟିଭି): ଆଉ ଚାଲିବନି ଚୀନର ଦାଦାଗିରି । ଆଉ ହାକିମାତି ଦେଖାଇପାରିବନି ଡ୍ରାଗନ ସେନା । ପଡୋଶୀ ଚୀନକୁ କାଉଣ୍ଟର କରିବାକୁ ଭାରତ ପ୍ରସ୍ତୁତ କରିଛି ମାଷ୍ଟରପ୍ଲାନ । ଭାରତ ମହାସାଗରୀୟ ଅଞ୍ଚଳରେ ମୁତୟନ ହେବ ୧୭୫ ଯୁଦ୍ଧଜାହାଜ । ୨୦୩୫ ସୁଦ୍ଧା ଏସବୁ ଯୁଦ୍ଧଜାହଜ ମୁତୟନ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ନୌସେନା । ଏଥିପାଇଁ ନୌସେନା ପକ୍ଷରୁ ୬୮ ଟି ଯୁଦ୍ଧଜାହାଜ ଏବଂ ଭେସେଲ ଅର୍ଡର କରାଯାଇଛି । ଏଥିପାଇଁ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଥିସହ ୧୩୨ଟି ଯୁଦ୍ଧଜାହାଜ, ୧୪୩ ଯୁଦ୍ଧ ବିମାନ, ୧୩୦ ହେଲିକ୍ୟାପ୍ଟର ଆଣିବାକୁ ଯୋଜନା କରିଛି ଭାରତ ।
ଏହା ଛଡା ୮ ଟି କ୍ଷୁଦ୍ର ନୌସେନା ଜାହାଜ, ୫ ଟି ସର୍ଭେ ଭେସେଲ ଏବଂ ଦୁଇଟି ବହୁଗୁଣସମ୍ପନ୍ନ ଭେସେଲ ଭାରତ ତିଆରି କରିବାକୁ ଯୋଜନା କରିଛି । ଚୀନକୁ କାଉଣ୍ଟର କରିବାକୁ ବ୍ଲ୍ୟୁ-ୱାଟର ଫୋର୍ସ ଗଢିବାକୁ ଯୋଜନା କରିଛି । ଚୀନ ପାଖଷର ୩୫୫ ଯୁଦ୍ଧଜାହାଜ ଏବଂ ସବମେରାଇନ ରହିଛି । ୧୦ ବର୍ଷରେ ଚୀନ ୧୫୦ ଯୁଦ୍ଧଜାହାଜ ନିର୍ମାଣ କରିଛି । ଆଗାମୀ ୫ ବର୍ଷରେ ଚୀନ ୫୫୫ ଯୁଦ୍ଧଯାହାଜ ମୁତୟନ କରିବାକୁ ଯୋଜନା କରିଛି ।