୨୦୨୪ ସୁଦ୍ଧା ସରିବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ

0

ଭୁବନେଶ୍ୱର(ଆମ ଟିଭି): ଖୁବଶୀଘ୍ର ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ୨୦୨୪ ମାର୍ଚ୍ଚ ସୁଦ୍ଧା ପୁରୀ ହେବ ବିଶ୍ୱସ୍ତରୀୟ ହେରିଟେଜ ସହର। ସେହିପରି ୬ ଲେନ୍ ବିଶିଷ୍ଟ କଟକ ରିଂ ରୋଡ୍, ୪ ଲେନ୍ ବିଶିଷ୍ଟ କଟକ-ପାରାଦୀପ ରାସ୍ତା ଏଥର ସରିବ । ବଜେଟ ପରବର୍ତ୍ତୀ ପ୍ରେସ ମିଟରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ ମଲ୍ଲିକ । ବ୍ରହ୍ମପୁର-ଜୟପୁର ୪ ଥାକିଆ ରାସ୍ତା ଏଥର ନୂଆ ଯୋଜନାରେ ସାମିଲ ହୋଇଛି । ଏଥିପାଇଁ ରାଜ୍ୟ ବଜେଟରେ ବ୍ୟୟବରାଦ କରାଯାଇଛି । ୨୦ ବର୍ଷ ଭିତରେ ରାଜ୍ୟର ସମୁଦାୟ ସଡ଼କ ୧୬ ହଜାର ୪୧ ରୁ ୩୧ ହଜାର ୩୧୭ କିଲୋମିଟରରେ ପହଞ୍ଚିଛି । ବଜେଟ ୨୯୮ କୋଟିରୁ ୯୫୦୦ କୋଟିରେ ପହଂଚିଛି । ଏଥର ୩ ହଜାର କିଲୋମିଟର ପାଇଁ ୪୬ ଶହ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।

ବିଜୁ ଏକ୍ସପ୍ରେସ କରିଡର ନୂଆପଡ଼ାଠାରୁ ଆମପାଣି ଯାଏଁ ୧୭୬ କିଲୋମିଟର ବିଭାଗର ଏକ ଉଲ୍ଲେଖନୀୟ ସଫଳତା । ୩୧୪ ବ୍ଲକକୁ ଦୁଇ ଥାକିଆ ସଂଯୋଗ ରାସ୍ତା କରାଯାଇଛି । ଅବଢ଼ା ଯୋଜନାରେ ୨୨୪ କୋଟି, ଐତିହ୍ୟ କ୍ଷେତ୍ରର ବିକାଶ ପାଇଁ ୧୫୮ କୋଟିର ବ୍ୟବସ୍ଥା ହୋଇଛି । ଜୟପୁରରୁ ବ୍ରହ୍ମପୁର ୩୩୫ କିଲୋମିଟର ରାସ୍ତା ଚାରିଥାକିଆ କରାଯିବ।

 

Leave A Reply

Your email address will not be published.