ମାର୍ଚ୍ଚ ୨୦୨୬ ସୁଦ୍ଧା ସମଗ୍ର ଦେଶରେ ନକ୍ସଲବାଦର ବିଲୋପ ଘଟିବ

0

ମାର୍ଚ୍ଚ ୨୦୨୬ ସୁଦ୍ଧା ସମଗ୍ର ଦେଶରେ ନକ୍ସଲବାଦର ବିଲୋପ ଘଟିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିସହ ସେ ମାଓବାଦୀମାନଙ୍କୁ ହିଂସା ଓ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିବାକୁ ନିବେଦନ କରିଛନ୍ତି।

ନକ୍ସଲ ହିଂସାର ପ୍ରଭାବିତ ହୋଇଥିବା ୫୫ ଜଣ ପୀଡିତଙ୍କୁ ସମ୍ବୋଧିତ କରିବା ସମୟରେ ଶାହ କହିଛନ୍ତି, “ଆମେ ଦେଶରୁ ନକ୍ସଲବାଦକୁ ଉଚ୍ଛେଦ କରି ଶାନ୍ତି ପ୍ରତିଷ୍ଠା କରିବୁ… ନରେନ୍ଦ୍ର ମୋଦି ସରକାର ସମଗ୍ର ଦେଶରୁ ନକ୍ସଲବାଦକୁ ସମାପ୍ତ କରିବାରେ ସଫଳ ହୋଇଛନ୍ତି। ବସ୍ତରର ୪ଟି ଜିଲ୍ଲା ବ୍ୟତୀତ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରୁ ନକ୍ସଲବାଦକୁ ଅନ୍ତିମ ବିଦାୟ ଦେବାକୁ ସ୍ଥିର କରାଯାଇଛି।”

ସେ ଆହୁରି କହିଛନ୍ତି, “ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସୁରକ୍ଷା ବାହିନୀ ବହୁ ସଫଳତା ହାସଲ କରିଛି। ମାଓବାଦୀମାନେ ଏକଦା ପାଶୁପତିନାଥ (ନେପାଳ)ରୁ ତିରୁପତି (ଆନ୍ଧ୍ରପ୍ରଦେଶ) ପର୍ଯ୍ୟନ୍ତ ଏକ କରିଡର ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲେ। କିନ୍ତୁ ସେମାନଙ୍କୁ ସଫଳ ହେବାକୁ ଦିଆଯାଇ ନଥିଲା। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହାକୁ ପଣ୍ଡ କରାଯାଇଥିଲା।”

ଏଥିସହ ନକ୍ସ ହିଂସାରେ ପ୍ରଭାବିତ ଲୋକଙ୍କ ପାଇଁ ସରକାର କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ସ୍ୱାରାଷ୍ଟ୍ର ମନ୍ତ୍ରୀ ଶାହ କହିଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଖୁବ ଶୀଘ୍ର ଛତିଶଗଡର ନକ୍ସଲ ହିଂସା ପ୍ରଭାବିତ ଲୋକଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିବ। ଏଥିପାଇଁ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ ଚାଲିଛି।

Leave A Reply

Your email address will not be published.