୨୦୨୪ ଶେଷ ସୁଦ୍ଧା ଆମେରିକା ଭଳି ଥିବ ଭାରତର ଭିତ୍ତିଭୂମୀ: ନୀତୀନ ଗଡକରୀ

0

ନୂଆଦିଲ୍ଲୀ (ଆମ ଟିଭି): ନିଜ ବକ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ । ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ୨୦୨୪ ଶେଷ ସୁଦ୍ଧା ଭାରତର ରୋଡ୍ ଇମ୍ଫାଷ୍ଟ୍ରକ୍ଚର ବା ଭିତିଭୂମୀ ଆମରିକର ବରାବର ହୋଇଯିବ । ଭାରତ ଏକ ବିକଶିତ ଦେଶରେ ପରିଣତ ହେବ । ଏକଥା ଆମେ କହୁନାହୁଁ । ଜି-୨୦ ସମ୍ମିଳନୀ ମଞ୍ଚରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଏହା କହିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ଗଡକରୀଙ୍କ ଦେଶର ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ଭିତ୍ତିଭୂମୀକୁ ନେଇ ପ୍ରଶ୍ନ କରାଯାଇଥିଲା । ଏହି ପ୍ରଶ୍ନର ଉତ୍ତର ଦେଇ ଗଡକରୀ କହିଛନ୍ତି, ଦେଶ ଧିରେ ଧିରେ ବିକଶିତ ହେଉଛି । ବିକାଶ ପଥରେ ଆଗକୁ ବଢୁଛି । ରାସ୍ତାର ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ମୋଦୀ ସରକାର ଜୋରଦାର ପ୍ରୟାସ କରୁଛନ୍ତି । ତେଣୁ ୨୦୨୪ଶେଷ ସୁଦ୍ଧା ଭାରତର ରାସ୍ତାର ଭିତ୍ତିଭୂମୀ ଆମେରିକା ସମାନ ହୋଇଥିବ ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.