ଭୁବନେଶ୍ଵର (ଆମ ଟିଭି): ଆଜି କିମ୍ବା ଆସନ୍ତାକାଲି ରତ୍ନଭଣ୍ତାର ଖୋଲିବା ନେଇ ଆସିବ ଏସଓପି । ଆଇନଗତ ଓ ବିଭିନ୍ନ ଦିଗ ଉପରେ ଚାଲିଛି ତର୍ଜମା । ଏ ନେଇ ସୁଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି । ଆସନ୍ତା ୧୪ରେ ରତ୍ନଭଣ୍ତାର ଖୋଲିବା ନିଷ୍ପତ୍ତି ନିଆଯାଇଛି । ସୁଚନା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ନେଇ ବଢୁଛି ଉତ୍କଣ୍ଠା । ବିଧିବଦ୍ଧ ତାରିଖ ଘୋଷଣାକୁ ଲକ୍ଷ ଲକ୍ଷ ଜଗ୍ନନାଥପ୍ରେମୀଙ୍କ ଅପେକ୍ଷା।
ଧାର୍ୟ୍ୟ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି କହିଲେ ଆଇନ ମନ୍ତ୍ରୀ। ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ତଦାରଖ କମିଟିରେ ନିଷ୍ପତି ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ମୋହର ମାରିସାରିଛି। ଏହି ପ୍ରସ୍ତାବ ସରକାରଙ୍କ ପାଖରେ ପହଁଚିଲା ପରେ ଏନେଇ ବିଧିବଦ୍ଧ ତାରିଖ ଘୋଷଣା କରିପାରନ୍ତି ରାଜ୍ୟ ସରକାର। ଏନେଇ ସରକାରୀ ସ୍ତରରେ ବିଜ୍ଞପ୍ତି ବାହାରିବାକୁ ଥିବା ବେଳେ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି।