ସି.ଏମ୍‌. କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁ ପ୍ରତିକ୍ଷିତ ସି.ଏମ୍‌. କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି। ସମ୍ବଲପୁରସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନଙ୍କୁ ୯୨୫ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ମାଧ୍ୟମରେ ଏହି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ୍‌ଖାତାରେ ଜମା କରାଯାଇଛି। ପବିତ୍ର ନୂଆଁଖାଇ ଠାରୁ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଖରିଫ ଓ ରବି ଫସଲ ପୂର୍ବରୁ ଯୋଗ୍ୟ ହିତାଧିକାରୀମାନେ ଡିବିଟି ମାଧ୍ୟମରେ ଦୁଇଟି କିସ୍ତିରେ ମୋଟ ୪ ହଜାର ଟଙ୍କା ଆର୍ଥିକ ସହାୟତା ପାଇପାରିବେ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ସି.ଏମ୍‌. କିଷାନ ପୋର୍ଟାଲ୍‌ ସହ କୃଷକ ଓଡ଼ିଶା ୟୁନିଫାଏଡ଼୍‌ ପୋର୍ଟାଲ୍‌ର ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ପୋର୍ଟାଲ ଅଧୀନରେ ସି.ଏମ୍‌. କିଷାନ୍‌ ସି.ଏମ୍‌. କିଷାନ୍‌ ଓ ପି.ଏମ୍‌. କିଷାନ ଯୋଜନାରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରାଯାଇପାରିବ । ଏହାଛଡ଼ା ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍‌ କରିବାପାଇଁ ପି.ଏମ୍‌. କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ଆଜିଠାରୁ ଆରମ୍ଭ ହେବ।

Leave A Reply

Your email address will not be published.