ଲାଗୁ ହେଲା CAA

0

ଦୀର୍ଘ ୫ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ବାସ୍ତବ ରୂପ ନେଇଛି। ଠିକ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏହାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଏଏରେ ବ୍ୟବସ୍ଥିତ ହୋଇଥିବା ଆଇନ ସାର୍ବଜନୀନ କରାଯାଇଛି। ଏନେଇ ମନ୍ତ୍ରଣାଳୟ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛି।

ଏହାର ଅର୍ଥ ଆଜି ଠାରୁ ଦେଶରେ ସିଏଏ ଲାଗୁ ହୋଇଛି। ଏଣିକି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଅନ୍ୟ ଦେଶର ଲୋକମାନେ ନାଗରିକତା ପାଇପାରିବେ। କେବଳ ମୁସଲମମାନଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଭାରତର ସରକାର ନାଗରିକତା ଦେବେ।

୫ ବର୍ଷ ତଳେ ଅର୍ଥାତ ୨୦୧୯ରେ ସିଏଏ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ଆଇନରେ ପରିଣତ ହୋଇଥିଲା। ତଥାପି ଏଥିରେ କ’ଣ ସବୁ ନିୟମ ରହିବ, ସେକଥା କେନ୍ଦ୍ର ସରକାର ପ୍ରସ୍ତୁତ କରି ନଥିଲେ। ଏବେ ସରକାର ସିଏଏ ନିୟମ ପ୍ରଣୟନ କରିଛନ୍ତି।

ବିଜ୍ଞପ୍ତି ଅନୁସାରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନା ସହି ନ ପାରି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଲୋକଙ୍କୁ ତତ୍କାଳ ବା ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତର ନାଗରିକତା ପ୍ରଦାନ କରାଯିବ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ଥିବା ମୁସଲିମଙ୍କୁ ଛାଡ଼ି ଅନ୍ୟ ଦେଶର ନାଗରିକଙ୍କୁ ସରକାର ନାଗରିକତା ପ୍ରଦାନ କରିବେ।

Leave A Reply

Your email address will not be published.