ରାଜ୍ୟରେ ଲାଗୁ ହେବ ନାହିଁ CAA, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ଲାଗୁ ହୋଇଛି ନାଗରିକତ୍ୱ ସଂଶୋଧ ଆଇନ (CAA)। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (CAA)କୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଏହାକୁ ନେଇ ଦେଶସାରା ବିବାଦ ଦେଖାଦେଇଛି। ଆଉ ଏହାରି ଭିତରେ ତାମିଲନାଡୁରେ ସିଏଏ ଲାଗୁ ହେବ ନାହିଁ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଘୋଷଣା କରିଛନ୍ତି। ସେ ସିଏଏ କୁ ବିଭାଜନକାରୀ ଏବଂ ଅଦରକାରୀ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ସେ ଅନୁମତି ଦେବେ ନାହିଁ ବୋଲି ସିଏମ ଷ୍ଟାଲିନ କହିଛନ୍ତି ।

ତେବେ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ସିଏଏ କୁ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ସେ କହିଛନ୍ତି ଯେ ”ସିଏଏ ଏବଂ ଏହାର ନିୟମ ସମ୍ବିଧାନର ମୌଳିକ ଗଠନ ବିରୁଦ୍ଧ ଅଟେ । ଏଥିରୁ କେହି ଲାଭ ପାଇବେ ନାହିଁ ।” ସେ ଆହୁରି ମଧ୍ୟ କହିଛନ୍ତି, “ଏହା କେବଳ ଭାରତର ଲୋକଙ୍କୁ ବିଭକ୍ତ କରିବ । ସରକାରଙ୍କ ଆଭିମୁଖ୍ୟ ହେଉଛି ଏହି ଆଇନ ସମ୍ପୂର୍ଣ୍ଣ ଅନ୍ୟାୟ । ଏହାକୁ ରଦ୍ଦ କରାଯିବା ଉଚିତ ।” ସରକାରୀ ବିଜ୍ଞପ୍ତିରେ ସେ କହିଛନ୍ତି ଯେ ତାମିଲନାଡୁ ସରକାର କୌଣସି ପ୍ରକାରେ ଏଠାରେ ସିଏଏ କାର୍ଯ୍ୟକାରୀ କରିବାକୁ ସୁଯୋଗ ଦେବେ ନାହିଁ ।

Leave A Reply

Your email address will not be published.