ନିର୍ବାଚନ ପ୍ରଚାର କରୁଛନ୍ତି, ହେଲେ କୋର୍ଟକୁ ଆସୁନାହାନ୍ତି: ଅନୁଭବ ମହାନ୍ତି

0

ଭୁବନେଶ୍ୱର (ଆମ ଟିଭି): ଧାମନଗରରେ ବିଜେଡି ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ପ୍ରଚାର କରିବା ପରେ ମୁହଁ ଖୋଲିଲେ ସାଂସଦ ଅନୁଭବ ମହାନ୍ତି । କଟକ ପରିବାର ଅଦାଲତରେ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ସାକ୍ଷ୍ୟ ଗ୍ରହଣ ଚାଲିଛି । ହେଲେ ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା କୋର୍ଟରେ ଅନୁପସ୍ଥିତ ରହିବା ଘଟଣାକୁ ନେଇ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି ଅନୁଭବ ।

ଏନେଇ କୋର୍ଟରେ ଏକ ପିଟିସନ ମଧ୍ୟ ସେ ଦାଖଲ କରିଛନ୍ତି । ପିଟିସନରେ ଅନୁଭବ ଲେଖିଛନ୍ତି, ବର୍ଷା ନିର୍ବାଚନ ପ୍ରଚାର ପାଇଁ ଯାଉଛନ୍ତି, ହେଲେ କୋର୍ଟକୁ ଆସୁ ନାହାନ୍ତି । ମାମଲାର ତ୍ୱରିତ ଶୁଣାଣି ପାଇଁ ସହଯୋଗ କରିବେ ବୋଲି ପୂର୍ବରୁ ବର୍ଷା ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ । ହେଲେ ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଉ ନାହିଁ ବୋଲି ଅନୁଭବ ପିଟିସନରେ ଉଲ୍ଲେଖ କରିଛନ୍ତି । ଏଥିସହ ଏକ ପେନ ଡ୍ରାଇଭ ମଧ୍ୟ ଅନୁଭବଙ୍କ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି । ଯେଉଁଥିରେ ଅନୁଭବ ଆଣିଥିବା ଅଭିଯୋଗର ପ୍ରମାଣ ଥିବା କୁହାଯାଉଛି । ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାର ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟ ତିନି ଦିନ ତାରିଖ ଧାର୍ୟ୍ୟ କରିଥିଲେ । ଅକ୍ଟୋବର ୩୧, ନଭେମ୍ବର ୧ ଓ ୨ ତାରିଖ ।

Leave A Reply

Your email address will not be published.