ଭତର କୂଟନୀତିଜ୍ଞଙ୍କୁ ବିଦା କଲା କାନାଡା

0

କିଛି ଦିନ ହେବ ଭାରତ- କାନାଡ଼ା ସମ୍ପର୍କ ଭଲ ନ ଥିବା ବେଳେ ଏବେ ଏହା ଅଧିକ ତିକ୍ତ ହେବାରେ ଲାଗିଛି। ଗତ ଜୁନ୍‌ରେ କାନାଡ଼ାରେ ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା ଅଭିଯୋଗରେ ସେଠାକାର ସରକାର ଭାରତର କୁଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି। ଖଲିସ୍ତାନୀ ନେତା ହରିଦୀପ ସିଂ ନିଜାରଙ୍କ ହତ୍ୟା ପାଇଁ ଦୋଷାରୋପ କରି କାନାଡ଼ା ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

କାନାଡ଼ାରେ ଖଲିସ୍ତାନୀ ନେତାଙ୍କ ସକ୍ରୀୟ କାର୍ଯ୍ୟକଳାପ ପୂର୍ବରୁ ରହିଛି । କାନାଡ଼ା ସରକାରଙ୍କ ଏପରି ପଦକ୍ଷେପ ପରେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ଅବନ୍ନତି ହେବା ଆଶଙ୍କା କରାଯାଉଛି ।

କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡେ ହାଉସ ଅଫ କମନ୍ସକୁ ସମ୍ବୋଧିତ କରି କହିଛନ୍ତି, ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ପଛରେ ଭାରତ ହାତ ଥିବା ନେଇ ଆମ ପାଖରେ ଅଭିଯୋଗ ହୋଇଛି। ଆମ ସରକାର ଖୁବ ଗୁରୁତର ସହ ଏହାକୁ ଯାଞ୍ଚ କରୁଛି।

କାନାଡ଼ାର ବିଦେଶ ମନ୍ତ୍ରୀ ମେଲାନୀ ଜୋଲି କହିଛନ୍ତି, ଏହି ଘଟଣାରେ ଟୁଡେ ସରକାର ତୁରନ୍ତ ଆକ୍ସନ ନେଇଛନ୍ତି। ଏହି ଘଟଣାରେ ଜଣେ ସିନିୟର ଭାରତୀୟ କୁଟନୀତିଜ୍ଞଙ୍କୁ ଭାରତରୁ ବହିଷ୍କାର କରାଯାଇଥିବା ସେ କହିଛନ୍ତି।

Leave A Reply

Your email address will not be published.