କାନାରା ବ୍ୟାଙ୍କ ଆୟୋଜନ କରୁଛି ଦୁଇ ଦିନିଆ “ମେଗା ଲୋନ ଏକ୍ସପୋ”

0

ଭୁବନେଶ୍ବର (୨୪/୦୨): ଆଜିଠାରୁ ଆରମ୍ଭ ହେଲା ଭୁବନେଶ୍ୱରରେ କାନାରା ବ୍ୟାଙ୍କର ଦୁଇ ଦିନିଆ “ମେଗା ଲୋନ ଏକ୍ସପୋ” | ଏହି ଏକ୍ସପୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଶ୍ରୀ ବି ଏଲ୍ ମୀନାଙ୍କ ନେତୃତ୍ୱରେ ସର୍କଲ୍ ଅଫିସ୍ ରେ ଆରମ୍ଭ ହୋଇଛି ଓ କାଲି ସରିବ | ଏଥିରେ ରାଜ୍ୟର ପ୍ରତିଷ୍ଠିତ ବିଲ୍ଡର ଏବଂ ନାମୀଦାମୀ ଗାଡିର ଡିଲର ମାନେ ମଧ୍ୟ ଯୋଗଦେଇଛନ୍ତି । ଏକ୍ସପୋରେ ବିଭିନ୍ନ କମ୍ପାନୀ ମାନେ ସେମାନଙ୍କର ନୂତନ ପ୍ରଡକ୍ଟର ପ୍ରଦର୍ଶନ କରୁଛନ୍ତି । ଏହି ମେଗା କାର୍ଯ୍ୟକ୍ରମରେ କାନାରା ବ୍ୟାଙ୍କ ଦ୍ୱାରା ଚିନ୍ତାମୁକ୍ତ ଋଣ ପ୍ରଦାନ କରୁଛି ।
ଜଣେଇଦେବାକୁ ଚାହୁଁ ଯେ କାନାରା ବ୍ୟାଙ୍କ ଆବାସ ଋଣ, ଗାଡି ଋଣ, ଶିକ୍ଷା ଋଣ ଏବଂ ବନ୍ଧକ ଋଣ ଉପରେ ସମସ୍ତ ଶୁଳ୍କ ଛାଡ କରିଛନ୍ତି । କିନ୍ତୁ ଏହି ଶୁଳ୍କ ଛାଡ ନିଷ୍ପତ୍ତି ସୀମିତ ଅବଧି ପାଇଁ ଧାର୍ଯ୍ୟ ।

କାନାରା ବ୍ୟାଙ୍କ ନିଜର ଗ୍ରାହକ ଏବଂ ହିତାଧିକାରୀଙ୍କୁ ସର୍ବାଧିକ ଲାଭ ପ୍ରଦାନ କରୁଅଛି । ଗ୍ରାହକଙ୍କ ସ୍ୱାର୍ଥ ଏବଂ ସୁବିଧାକୁ ଦେଖି ବ୍ୟାଙ୍କ କାର୍ଯ୍ୟକ୍ରମ ମାନ ଗ୍ରହଣ କରୁଅଛି । ତେଣୁ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଗ୍ରାହକମାନେ ଯୋଗଦେଇ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧାର ଲାଭ ଉଠାଇବେ ବୋଲି ଆଶା କରାଯାଉଛି ।
ଆଜିର ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ୨୪ ରେ, କାନାରା ବ୍ୟାଙ୍କ ଦ୍ୱାରା ଆବାସ ଋଣ, ଗାଡି ଋଣ, ଏବଂ ଶିକ୍ଷା ଋଣ ଭିତ୍ତିରେ ୧୫୦ ଜଣ ଲାଭାର୍ଥୀଙ୍କୁ ମଞ୍ଜୁରି ପତ୍ର ପ୍ରଦାନ କରାଯାଇଛି |

Leave A Reply

Your email address will not be published.