୩ ବର୍ଷ ମଧ୍ୟରେ ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ଚିକିତ୍ସା କେନ୍ଦ୍ର, ବଢ଼ିବ ମେଡିକାଲ ସିଟ୍‌

0

ନୂଆଦିଲ୍ଲୀ (ଆମ ଟିଭି): ଦେଶର ସମସ୍ତ ଜିଲା ମୁଖ୍ୟ ଡାକ୍ତରଖାନାରେ କର୍କଟ ରୋଗର ଚିକିତ୍ସା ବ୍ୟବସ୍ଥା କରାଯିବ। ଆଗାମୀ ୩ ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହା ସହିତ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ଆଣିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି। ବିଗତ ୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି ପାଇଛି। ଆଗାମୀ ଦିଗରେ ଆହୁରି ୭୫ ହଜାର ସିଟ୍‌ ବୃଦ୍ଧି କରାଯିବ ବୋଲି ଅର୍ଥମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି।

Leave A Reply

Your email address will not be published.