ପ୍ରାର୍ଥୀ ଚୟନ ଭୁଲ ରହିଲା: ଭୂପିନ୍ଦର
ନୂଆପଡା ପରାଜୟକୁ ନେଇ ବରିଷ୍ଠ ନେତା ଭୂପିନ୍ଦର ସିଂ ବଡ ବୟାନ ରଖିଛନ୍ତି। ସେ କହିଛନ୍ତି ପ୍ରାର୍ଥୀ ଚୟନ ଭୁଲ ରହିଲା , ବିଜେପିକୁ ରାଜୁ ଢୋଲକିଆଙ୍କ ସହାନୁଭୂତି ଗଲା। କଂଗ୍ରେସ ଦଳ ବହୁ ଆଗରୁ ଘାଷିରାମଙ୍କୁ ପ୍ରାର୍ଥୀ କଲା, କିନ୍ତୁ ଆମର ଡେରି ହେଲା। ସେଥିପାଇଁ ବିଜେଡି ଉପରେ ତାଙ୍କ ପରିବାରକୁ ବିଶ୍ଵାସ ଆସିଲାନି। ତେଣୁ ଜୟ ଢୋଲକିଆ ବିଜେପି ପଳାଇଲେ। ବିଜେଡି ଯେଉଁ ୮୦ ଜଣ ନେତାଙ୍କୁ ଦାୟିତ୍ଵ ଦେଇଥିଲା। ସେଥିରେ ମୋ ନାଁ ନଥିଲା। ନୂଆପଡାରେ ପ୍ରଚାର ହୋଇଗଲା ଯେ ବିଜେଡି ଚାହୁଁଛି ଯେ ବିଜେପି ଜିତୁ। କାହିଁକି ନୂଆପଡାରେ ଏଭଳି ପ୍ରଚାର ହେଲା ମୁଁ ଜାଣିନି। ନବୀନ ବାବୁଙ୍କୁ ଏ ଅବସ୍ଥାରେ କାହିଁକି ନୂଆପଡା ନିଆଗଲା। ଏହା ତାଙ୍କ ପ୍ରତି ଅପମାନ, ନବୀନ ବାବୁଙ୍କୁ ନୂଆପଡା ନେବାର ଆବଶ୍ୟକତା ନଥିଲା।