ଓଡିଆ ଚଳଚ୍ଚିତ୍ର ଶିଳ୍ପକୁ ବଞ୍ଚାଇବା ପାଇଁ କ୍ୟାଣ୍ଡେଲ୍ ଶୋଭାଯାତ୍ରା*
ଭୁବନେଶ୍ୱର:ଓଡିଆ ଚଳଚ୍ଚିତ୍ର ଶିଳ୍ପ ଦୁନିଆର ବିଭିନ୍ନ ବ୍ୟକ୍ତିଗତ ମନ୍ତବ୍ୟ କୁ ନେଇ ଉପୁଜିଥିବା ସମସ୍ତ ବାଦ ବିବାଦକୁ ଶେଷ କରିବାକୁ ଆଜି ନଭେମ୍ବର ୧ ସନ୍ଧ୍ୟା ୬ଟାରେ ଭୁବନେଶ୍ବରସ୍ଥିତ ମାଷ୍ଟରକ୍ୟାଣ୍ଟିନ ନିକଟରେ ଏକ କ୍ଯାଣ୍ଡେଲ ଶୋଭାଯାତ୍ରା ଆୟୋଜନ ହୋଇଥିଲା, ଯାହାର ଲକ୍ଷ୍ୟ ଥିଲା ସମସ୍ତଙ୍କ ମଧ୍ୟରେ ସଦ୍ଭାବନା ବାଣ୍ଟିବା l ଏହି ଶୋଭାଯାତ୍ରା ଯାତ୍ରାରେ ବିଭିନ୍ନ କ୍ଷେତ୍ର ର ସିନେପ୍ରେମୀ ଯୋଗ ଦେଇଥିଲେ l
ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ର
ବରିଷ୍ଠ ସଂଳାପ ଲେଖକ ଡକ୍ଟର ରଜନୀ ରଞ୍ଜନ, ମିଡ଼ିଆ ପ୍ଲାନର ମୁଖ୍ୟ ତଥା ସିନେ ପ୍ରଯୋଜକ ପ୍ରଣୟ ଜେଠୀ, ସଂଳାପକାର ବିଜୟ ଶଙ୍କର ଦାଶ, ରୋଟାରୀଆନ ଡକ୍ଟର ପ୍ରସନ୍ନ ଚୌଧୁରୀ, ପ୍ରଯୋଜକ, ଗୀତିକାର ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଯୋଜକ ଶିବିର ପରିଡା, ବିଶିଷ୍ଟ ବ୍ୟବସାୟୀ ତେଜେଶ୍ୱର ରାଓ, ସାମ୍ବାଦିକ ମାଧବ ବେହୁରା, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଯୁବ ନିର୍ଦ୍ଦେଶକ ଖଗେଶ୍ୱର ଜୟପୁରିଆ ପ୍ରମୁଖ ଏହି ଶୋଭାଯାତ୍ରା ରେ ଭାଗ ନେଇଥିଲେ l ଆମେ ପ୍ରତିବାଦ ନୁହେଁ ସମାଧାନ ଚାହୁଁ, ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ବଞ୍ଚିରହୁ, ପ୍ରତିବାଦ ନୁହେଁ ଆମେ ଶାନ୍ତି ଚାହୁଁ ଏହି ଭଳି ବାର୍ତ୍ତା ନେଇ ଏଇ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା l ତେବେ ଏଇ ଶୋଭାଯାତ୍ରା ର ପ୍ରଭାବ ନିଶ୍ଚିତ ଭାବେ ପଡିବ ଏବଂ ସମାଧାନ ର ବାଟ ଫିଟିବ ଯାହା ଫଳରେ ଆଗକୁ ମୁକ୍ତିଲାଭ କରିବାକୁ ଯାଉଥିବା ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା”,”ମାଇଁ ସୁଇଟ୍ ହାଉସ୍ ଓ୍ବାଇଫ୍” ଓ “ରାଉଡିରାଜା”ଗୁଡିକ ଉପରେ କୌଣସି କୁ ପ୍ରଭାବ ପଡିବ ନାହିଁ ବୋଲି ପ୍ରଣୟ ଜେଠୀ ମତ ଦେଇଛନ୍ତି l