ମୁଖ୍ୟମନ୍ତ୍ରୀଙ୍କୁ ମିଳିବ କ୍ୟାପିଟାଲ୍ ଫାଉଣ୍ଡେସନ୍ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ

0

ଭୁବନେଶ୍ବର(ଆମ ଟିଭି): ମୁଖ୍ୟମନ୍ତ୍ରୀଙ୍କୁ ମିଳିବ କ୍ୟାପିଟାଲ୍ ଫାଉଣ୍ଡେସନ୍ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ। ପ୍ରଶଂସନୀୟ ଓ ଉଲ୍ଲେଖନୀୟ ନେତୃତ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଏହି ଆଓ୍ବାର୍ଡ। ଆସନ୍ତା ୪ ତାରିଖରେ ଭୁବନେଶ୍ବର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ କ୍ୟାପିଟାଲ୍ ଫାଉଣ୍ଡେସନ୍ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ କରାଯିବ । ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି ରମଣା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିବେ।

ଏହି ଅବସରରେ ଜଷ୍ଟିସ୍ ଏକେ ପଟ୍ଟନାୟକ ଉପସ୍ଥିତ ରହିବେ। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମରେ ସମ୍ମାନିତ ହେବେ ନବୀନ। ନବୀନଙ୍କ ନେତୃତ୍ବରେ ଓଡ଼ିଶାର ରୂପାନ୍ତରଣ ଯାତ୍ରା ଜାରି ରହିଛି। ଗତ ଦୁଇ ଦଶନ୍ଧିରେ ଓଡ଼ିଶା ସବୁ କ୍ଷେତ୍ରରେ ଦ୍ରୁତ ବିକାଶ କରିଛି। ନବୀନଙ୍କ ସରଳତା, ଦରଦୀ ହୃଦୟ, ନିର୍ମଳ ଭାବମୂର୍ତ୍ତି ଲୋକଙ୍କ ହୃଦୟ ଜିତିଛି ।

Leave A Reply

Your email address will not be published.