ପାରାଦୀପ ବନ୍ଦରରେ ପହଁଚିଲା ମାଲବାହୀ ଜହାଜ: ଅଛନ୍ତି ୨୧ ଜଣ ପାକିସ୍ତାନୀ, ବଢିଲା ସୁରକ୍ଷା

0

ପାରାଦୀପ: ପାରାଦୀପ ବନ୍ଦରରେ ବୁଧବାର ଦକ୍ଷିଣ କୋରିଆର ଏକ ତୈଳ ଟ୍ୟାଙ୍କର ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସମ୍ପୃକ୍ତ ମାଲବାହୀ ଜାହାଜରେ ଅଛନ୍ତି ୨୧ ଜଣ ପାକିସ୍ତାନୀ। ଏହା ଜଣାପଡିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏନେଇ ପାରାଦୀପ ଇମିଗ୍ରେସନ ବିଭାଗ ଅବଗତ କରିଥିବା ସୂଚନା ରହିଛି।

ଏମଟି ସାଇରେନ – ୨ ଜାହାଜଟି ୧୧ ହଜାର ୩୫୦ ମେଟ୍ରିକ ଟନ ଅଶୌଧିତ ତୈଳ ସହ ପାରାଦୀପ ବନ୍ଦରରେ ପହଞ୍ଚିଛି। ଜାହାଜରେ ଥିବା ୨୫ ଜଣିଆ ଚାଳକ ଦଳରେ ୨୧ ଜଣ ପାକିସ୍ତାନୀ ନାଗରିକ ଥିବା ବେଳେ ୨ ଜଣ ଭାରତୀୟ, ଜଣେ ଶ୍ରୀଲଙ୍କା ଓ ଅନ୍ୟ ଜଣେ ଥାଇଲ୍ୟାଣ୍ଡର ନାଗରିକ ଅଛନ୍ତି। ସମ୍ପୃକ୍ତ ଜାହାଜଟି ସମୁଦ୍ର ମଧ୍ୟରେ କୂଳଠାରୁ ୨୦ କିମି ଦୂର ପିଏମ ବର୍ଥରେ ଲଂଗର ପକାଇ ରହିଛି।.

 

Leave A Reply

Your email address will not be published.