ଅଭିନେତା ଆଲ୍ଲୁ ଅର୍ଜନୁ ଓ ହଲ ମାଲିକଙ୍କ ବିରୋଧରେ ମାମଲା

0

‘ପୁଷ୍ପା-୨: ଦ ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଶୋ’ରେ ଅଘଟଣଘଟଣାରେ ହାଇଦରାବାଦ ପୁଲିସ ‘ପୁଷ୍ପା-୨’ ଅଭିନେତା ଆଲ୍ଲୁ ଅର୍ଜନୁ ଓ ପ୍ରିମିୟର ଶୋ ପ୍ରଦର୍ଶନ ହୋଇଥିବା ହଲ ମାଲିକଙ୍କ ସମେତ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବିନା ଅନୁମତି ଓ ଆନୁସଙ୍ଗିକ ବ୍ୟବସ୍ଥା ନ ଥାଇ ହଲରେ ପ୍ରିମିୟର ଶୋ ଆୟୋଜନ ଏବଂ ଆୟୋଜକ ପୁନର୍ବାର ପ୍ରିମିୟର ଶୋ ଆୟୋଜନ ଅଭିଯୋଗରେ ହାଇଦରାବାଦ ପୁଲିସ ମାମଲା ରୁଜୁ କରିଛି। ଅପରପକ୍ଷରେ ଅଭିନେତା ଆଲ୍ଲୁ ଅର୍ଜୁନ ମୃତକଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଗୁରୁବାର ହାଇଦରାବାଦସ୍ଥିତ ସନ୍ଧ୍ୟା ସିନେମା ହଲ୍‌ରେ ‘ପୁଷ୍ପା-୨: ଦ ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଶୋ’ ଆୟୋଜିତ ହୋଇଯାଇଛି। ମୁଖ୍ୟ ନାୟକ ଆଲ୍ଲୁ ଅର୍ଜୁନ ଓ ସଙ୍ଗୀତ ନିର୍ଦେଶକ ଦେବୀ ଶ୍ରୀପ୍ରସାଦ ସେଠାରେ ଉପସ୍ଥିତ ଥିଲେ। ଆଲ୍ଲୁ ଅର୍ଜୁନଙ୍କ ଦେଖିବାକୁ ସିନେମା ହଲ ସମ୍ମୁଖରେ ଲୋକଙ୍କର ନାହିଁ ନଥିବା ଭିଡ ଜମିଥିଲା। ଫଳରେ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଜଣେ ୩୫ ବର୍ଷୀୟା ମହିଳା ପ୍ରାଣ ହରାଇଛନ୍ତି। ଅପରପକ୍ଷରେ ତାଙ୍କର ନାବାଳକ ପୁଅ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଲୋକଙ୍କ ଗହଳି ଭାଙ୍ଗିବାକୁ ପୁଲିସ ପକ୍ଷରୁ ଲାଠିଚାଳନା କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ସୂଚନାଯୋଗ୍ୟ ଆଲ୍ଲୁ ଅର୍ଜୁନ ଓ ରଶ୍ମିକା ମାନ୍ଧାନା ଅଭିନୀତ ‘ପୁଷ୍ପା: ଦ ରାଇଜ୍‌’ ଚଳଚ୍ଚିତ୍ର ୨୦୨୧ରେ ମୁକ୍ତିଲାଭ କରିଥିବାବେଳେ ସୁପରହିଟ୍‌ ହୋଇଥିଲା। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସିକ୍ବେଲ ଭାବେ ପୁଷ୍ପା-୨: ଦ ରୁଲ୍‌ ନିର୍ମାଣ କରାଯାଇଛି।

Leave A Reply

Your email address will not be published.