ନୂଆଦିଲ୍ଲୀ (ଆମ ଟିଭି): ଅଗ୍ନିପଥ ଯୋଜନାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ୍ ହୋଇଛି । ଅଗ୍ନିପଥ ଯୋଜନା ମାଧ୍ୟମରେ ସେନାରେ ନିଯୁକ୍ତିକୁ ବିରୋଧ କରି ହୋଇଥିବା ଦୁଇଟି ଆବେଦନକୁ ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି। ସୂଚନାଥାଉ କି ଅଗ୍ନିପଥ ଯୋଜନାରେ ନିଯୁକ୍ତିକୁ ବିରୋଧ କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ କିଛିଦିନ ତଳେ ଏକ ମାମଲା ରୁଜୁ ହୋଇଥିଲା।
ତେବେ ସେହି ମାମଲାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେବାରୁ ଏହା ବିରୋଧରେ ଗୋପାଳ କିଷନ ନାମକ ଜଣେ ବ୍ୟକ୍ତି ଓ ଆଇନଜୀବୀ ଏମଏଲ୍ ଶର୍ମା ଦୁଇଟି ମାମଲା ରୁଜୁ କରିଥିଲେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ପୀଠ ମାମଲା ଶୁଣାଣି କରି ଦର୍ଶାଇଥିଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସବୁଦିଗକୁ ବିଚାର କରି ରାୟ ଶୁଣାଇଥିବାରୁ ତାହାକୁ ବଦଳାଇବାର କୌଣସି ଆବଶ୍ୟକତା ନାହିଁ।