କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା : ତଦନ୍ତ ଭାର ନେଲା ସିବିଆଇ 

0

ନୂଆଦିଲ୍ଲୀ (ଆମ ଟିଭି): ସିବିଆଇ ହାତକୁ ଗଲା ତଦନ୍ତ ଭାର। କୋଲକାତାରେ ଜଣେ ୩୧ ବର୍ଷୀୟା ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାର ତଦନ୍ତ କରିବ ସିବିଆଇ । ଏନେଇ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। । କୋଲକାତା ପୋଲିସ୍ ଏହାରୀ ତଦନ୍ତ କରୁଥିଲା । ତେବେ ତଦନ୍ତରେ ଗୁରୁତର ତ୍ରୁଟି ଥିବା ଦର୍ଶାଇ ହାଇକୋର୍ଟ କହିଛନ୍ତି ଯେ ୫ ଦିନ ପରେ ମଧ୍ୟ ତଦନ୍ତରେ ବିଶେଷ ଅଗ୍ରଗତି ହୋଇନାହିଁ ଏବଂ ଏଭଳି ଧାରା ଜାରି ରହିଲେ ପୀଡ଼ିତ ପରିବାରକୁ ନ୍ୟାୟ ଦେବାରେ ସମସ୍ୟା ଉପୁଜିବ। ତେଣୁ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ।

ମୃତ ଟ୍ରେନି ଡାକ୍ତରଙ୍କ ପରିବାର ପକ୍ଷରୁ ଏହି ଆବେଦନ କରାଯାଇଥିଲା । ପୂର୍ବରୁ ତଦନ୍ତ ପାଇଁ କୋଲକାତା ପୋଲିସକୁ ସମୟ ଦେଇଥିଲେ ପଶ୍ଚିମବଂଗ ମମତା ବାନାର୍ଜୀ । ନଚେତ୍ ସିବିଆଇକୁ ତଦନ୍ତ ଦାୟିତ୍ବ ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ହେଲେ ଏହା ପୂର୍ବରୁ ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୯ରେ କୋଲକାତାର ଆର୍‌ଜି କର ହସ୍ପିଟାଲର ଏକ ସେମିନାର ହଲରୁ ଜଣେ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ପରଦିନ ସଞ୍ଜୟ ରାୟ ନାମକ ଜଣେ ପୁଲିସ ସ୍ୱେଚ୍ଛାସେବୀକୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ପୁଲିସ ଆଗରେ ନିଜର ଅପରାଧ ସ୍ୱୀକାର କରିସାରିଛି ।

Leave A Reply

Your email address will not be published.