ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ଇସ୍ତଫା ଦେଲେ ଟିଏମସି ସାଂସଦ

0

ନୂଆଦିଲ୍ଲୀ (ଆମ ଟିଭି): ଆର.ଜି କର ହସ୍ପିଟାଲ ଘଟଣାକୁ ବିରୋଧ କରି ଟିଏମସି ରାଜ୍ୟସଭା ସାଂସଦ ଜବାହର ସରକାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି।

ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଆର.ଜି କର ହସ୍ପିଟାଲରେ ଘଟିଥିବା ଅଘଟଣକୁ ନେଇ ସରକାର ତୁରନ୍ତ କିଛି ବଡ ପଦକ୍ଷେପ ନେବେ ବୋଲି ସେ ଆଶା କରିଥିଲେ। ସେ କେବଳ ପୁରୁଣା ମମତା ବାନାର୍ଜୀଙ୍କ ଭଳି ନିଷ୍ପତ୍ତି ନେବେ ବୋଲି ଆଶା କରିଥିଲେ। କିନ୍ତୁ ସେ କୌଣସି ଠୋସ୍ ପଦକ୍ଷେପ ନେଇ ନାହାଁନ୍ତି। ବର୍ତ୍ତମାନ ସେ ଯାହା ପଦକ୍ଷେପ ନେଇଛନ୍ତି, ତାହା ବହୁତ ବିଳମ୍ବ ହୋଇସାରିଛି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ:

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆର.ଜି କର ହସ୍ପିଟାଲରେ ଘଟିଥିବା ଭୟଙ୍କର ଘଟଣା ପରେ ମୁଁ ଅତ୍ୟନ୍ତ ଦୁଃଖିତ। ମୁଁ ଆଶା କରୁଥିଲି ମମତା ବାନାର୍ଜୀ ଏହି ଘଟଣାରେ ତାଙ୍କ ପୁରୁଣା ଢଙ୍ଗରେ ହସ୍ତକ୍ଷେପ କରିବେ, କିନ୍ତୁ ତାହା ହୋଇପାରିଲା ନାହିଁ।’

ଅଗଷ୍ଟ ୨୦୨୧ରେ ତୃଣମୂଳ କଂଗ୍ରେସ ପୂର୍ବତନ ଅମଲା ଜବାହର ସରକାରଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତାଙ୍କର କାର୍ଯ୍ୟକାଳ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ଥିଲା। ପଶ୍ଚିମବଙ୍ଗରେ ୧୬ ଟି ରାଜ୍ୟସଭା ଆସନ ଅଛି। ଏଥିରେ ଟିଏମସିରେ ୧୩ ଟି, ବିଜେପିର ୨ ଟି, କଂଗ୍ରେସ ଏବଂ ସିପିଆଇ (ଏମ) ଗୋଟିଏ ଆସନ ରହିଛି।

Leave A Reply

Your email address will not be published.