ଟିଟିଲାଗଡ଼ (ଆମ ଟିଭି): ବନ୍ଧା ହେଲେ ନକଲି ଡାକ୍ତର । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ଜଣେ ଡାକ୍ତରଙ୍କ ଘରେ ପଶି ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ଲକ୍ଷେ ଟଙ୍କା ଧରି ଫେରାର ମାରୁଥିବା ଠକକୁ ପୁଲିସ୍ କାବୁ କରିଛି।
ପ୍ରକାଶ ଯେ, ବଲାଙ୍ଗୀର ରୋଡ ନିକଟରେ ରହୁଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଗୋପବନ୍ଧୁ ସାହୁଙ୍କ ଘରକୁ ଏକ ଧଳା କାର୍ରେ ଜଣେ ବ୍ୟକ୍ତି ପହଞ୍ଚିଥିଲେ। ସେ ନିଜକୁ ସିବିଆଇ ଅଫିସର ପରିଚୟ ଦେବା ସହ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଥିବା କହିଥିଲେ।