ଭୁବନେଶ୍ୱର (ଆମ ଟିଭି): ପୁଣି ଉଠିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗ । ବହୁ ଚର୍ଚ୍ଚିତ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗର ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଭୁବନେଶ୍ୱର ସିବିଆଇ ସ୍ବତନ୍ତ୍ର କୋର୍ଟରେ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ । ଏହି ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସିବିଆଇ ସ୍ବତନ୍ତ୍ର କୋର୍ଟ ।
ଆସନ୍ତା ୮ ଭୁବନେଶ୍ୱର ସିବିଆଇ ସ୍ବତନ୍ତ୍ର କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ ଶ୍ରଦ୍ଧାଞ୍ଜଳି । ତେବେ କୋର୍ଟରେ ନିଜେ ହାଜର ନହୋଇ ଓକିଲଙ୍କ ଜରିଆରେ ହାଜର ହେବା ପାଇଁ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳି । ଯାହାକୁ ଭୁବନେଶ୍ୱର ସିବିଆଇ ସ୍ବତନ୍ତ୍ର କୋର୍ଟ ଖାରଜ କରିଛନ୍ତି।ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଓକିଲ ଅଶୋକ ଦାସଙ୍କ ସୂଚନା ।