ନୂଆଦିଲ୍ଲୀ (ଆମ ଟିଭି): ମଣିପୁରର ବର୍ବର କାଣ୍ଡ ଘଟଣାରେ ତଦନ୍ତ ଭାର ସିବିଆଇ ହାତକୁ ଯିବା ପାର ସିବିଆଇ ଆକ୍ସନ ମୁଡକୁ ଆସିଛି । ଅପରାଧ ଘଟାଇଥିବା ଅପରାଧୀଙ୍କ ମଧ୍ୟରୁ ଏବେ ଯାଏଁ ୧୦ଜଣଙ୍କୁ ଗିରଫ କରିଛି ସିବିଆଇ ଟିମ୍ । ମହିଳାଙ୍କ ଉପରେ ଘଟିଥିବା ନିର୍ୟ୍ୟାତନାକୁ ନେଇ ୬ଟି ନୂଆ ମାମଲା ରୁଜୁ କରିଛି ସିବିଆଇ ।
ପାଖାପାଖି ୩ମାସ ହେବ ମଣିପୁରରେ ହିଂସାକାଣ୍ଡା ଘଟିଆସୁଛି । ମହିଳାଙ୍କୁ ନିବସ୍ତ୍ର କରି ରାଜରାସ୍ତାରେ ଚଲାଇ ଚଲାଇ ନେବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ, ଗତ ଗୁରୁବାର ସିବିଆଇକୁ ତଦନ୍ତ ଭାର ସମ୍ଭାଳିବା ପାଇଁ ଦାୟିତ୍ୱ ଦିଆଯାଇଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର ।