ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ପୁଣି ସମନ କଲା ସିବିଆଇ

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବିବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ । ଦିଲ୍ଲୀ ଅବକାରୀ ନୀତି ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ କେ କବିତାଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ଏହି ଘଟଣାରେ ସିବିଆଇ ତାଙ୍କୁ ଦ୍ୱିତୀୟ ଥର ପାଇଁ ହାଜର ହେବାକୁ ସମନ କରିଛି। ତାଙ୍କୁ ଡିସେମ୍ବର ୧୧ରେ ସିବିଆଇ କାର୍ୟ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

ପୂର୍ବରୁ ମଧ୍ୟ ସିବିଆଇ ତାଙ୍କୁ ସମନ କରି ଆଜି ହାଜର ହେବାକୁ କହିଥିଲା। ହେଲେ ବର୍ତ୍ତମାନ ତେଲେଙ୍ଗାନର ଜଣେ ବିଧାୟକ ଭାବେ କାର୍ୟ୍ୟ କରୁଥିବା କେ କବିତା ସମନ ଅନୁସାରେ ହାଇଦ୍ରାବାଦ କିମ୍ବା ଦିଲ୍ଲୀ ସିବିଆଇରେ ହାଜର ହୋଇ ନଥିଲେ। ସେ ସମନର ଜବାବରେ ସିବିଆଇକୁ ଚିଠି ଲେଖି ଜେରା ପାଇଁ ୧୧ରୁ ୧୫ ମଧ୍ୟରେ କୌଣସି ତାରିଖ ବାଛିବାକୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ଗ୍ରହଣ କରି ସିବିଆଇ ତାଙ୍କୁ ଡିସେମ୍ବର ୧୧ରେ ହାଜର ହେବାକୁ କହିଛି।

Leave A Reply

Your email address will not be published.