ବିଜେପି ନେତ୍ରୀ ସୋନାଲି ଫୋଗାଟ ମୃତ୍ୟୁ ମାମଲାର ତଦନ୍ତ କରିବ CBI

0

ନୂଆଦିଲ୍ଲୀ (ଆମ ଟିଭି): ଦିନ ଯେତିକି ଗଡ଼ୁଛି, ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ସସପେନ୍ସ ସେତିକି ମାତ୍ରାରେ ବଢିବାରେ ଲାଗିଛି । ପ୍ରତିଦିନ ନୂଆ ନୂଅ ଅପଡେଟ୍ ସାମ୍ନାକୁ ଆସୁଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବ ସିବିଆଇ। କେନ୍ଦ୍ର ଗୃହ ମନ୍ତ୍ରାଳୟ ସୋମବାର ସନ୍ଧ୍ୟାରେ ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ମଞ୍ଜୁର କରିଛନ୍ତି। ସୋନାଲିଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟରେ ଅନୁରୋଧ କରିଥିଲେ। ଗୃହ ମନ୍ତ୍ରାଳୟ ସିବିଆଇ ଦ୍ୱାରା ମାମଲାର ତଦନ୍ତ କରିବାକୁ କହିଛି ବୋଲି ସିବିଆଇର ଜଣେ ଅଧିକାରୀ କହିଛନ୍ତି।

ଅଗଷ୍ଟ ୨୨ ମଧ୍ୟରାତ୍ରିରେ ଗୋଆରେ ସୋନାଲିଙ୍କ ମୃତ୍ୟୁ ଘଟିଥିଲା। ସୋନାଲି ଫୋଗାଟ ହତ୍ୟା ମାମଲା ସିବିଆଇ ତଦନ୍ତ ପାଇଁ ହରିୟାଣା ସରକାର ମଧ୍ୟ ଅନୁରୋଧ କରିଥିଲେ। ସୋନାଲିଙ୍କ ପରିବାର ଶନିବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟି ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । ସୋନାଲିଙ୍କ ପରିବାର ଲୋକେ ଅଭିଯୋଗ ଆଣି ଏହି ହତ୍ୟାକାଣ୍ଡ ବଡ଼ ବ୍ୟକ୍ତିଙ୍କ ହାତ ଥିବାର ଅଭିଯୋଗ କରିଥିଲେ । ହରିୟାଣା ସରକାର ସୋନାଲିଙ୍କ ପରିବାର ଦାବି ଆଧାରରେ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ମାମଲା ସିବିଆଇକୁ ଦିଆଯିବା ଦରକାର ବୋଲି କହିଥିଲେ । ତେବେ ଦେଖାଯାଉ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲା ସିବିଆଇ ହାତକୁ ଯିବା ପରେ କେଉଁ ରହସ୍ୟ ଉପରେୁ ପରଦା ହଟୁଛି ।

Leave A Reply

Your email address will not be published.