ବାହାରିଲା ସିବିଏସଇ ଦ୍ୱାଦଶ ରେଜଲ୍ଟ: ପାସ୍ ହାର ୯୨.୭୧ ପ୍ରତିଶତ
ଭୁବନେଶ୍ବର (ଆମ ଟିଭି): ବାହାରିଲା ସିବିଏସଇ ଦ୍ୱାଦଶ ରେଜଲ୍ଟ। ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୨.୭୧ ପ୍ରତିଶତ। ୯୨ ଦଶମିକ ୭୧ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ ହୋଇଛନ୍ତି । ଅପରାହ୍ନ ୨ଟାରେ ଆସିବ ଦଶମ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ ସିବିଏସଇ ଅଫିସିଆଲ ୱେବସାଇଟରେ ପରୀକ୍ଷା ଫଳ ସୂଚନା ପାଇପାରିବେ । ଚଳିତବର୍ଷ ସାରା ଦେଶରୁ ୨୧ ଲକ୍ଷ ୧୬ ହଜାର ୨୯୦ ଜଣ ପରୀକ୍ଷାର୍ଥୀ ଦଶମରେ ପରୀକ୍ଷା ଦେଇଛନ୍ତି । ସେହିପରି ଦ୍ୱାଦଶରେ ୧୪ ଲକ୍ଷ ୩୫ ହଜାର ୩୬୬ ଜଣ ପରୀକ୍ଷା ଦେଇଛନ୍ତି ।cbse.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ୧୩ ଲକ୍ଷ ୩୦ହଜାର ୬୬୨ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ପରୀକ୍ଷା ଦେଇଥିଲେ ୧୪ ଲକ୍ଷ ୩୫ ହଜାର ୩୬୬ ଜଣ ପରୀକ୍ଷା ଦେଇଥିଲେ ।
ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ୩.୨୯ ପ୍ରତିଶତ ଅଧିକ ରହିଛି । ୯୪.୫୪ ପ୍ରତିଶତ ଛାତ୍ରୀ ଏବଂ ୯୧.୨୫ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି । ଭୁବନେଶ୍ୱରରେ ପାସ୍ ହାର ୯୦.୩୭ ପ୍ରତିଶତ । ୧୬ଟି ରିଜନରୁ ୧୩ ନମ୍ବର ସ୍ଥାନରେ ଭୁବନେଶ୍ୱର ରହିଛି । ତ୍ରିଭେନ୍ଦ୍ରମ୍ ରିଜନରେ ସର୍ବାଧିକ ପାସହାର ୯୮.୮୩ ପ୍ରତିଶତ । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ ହାର ରହିଛି କମ୍।