୧୫ ଫେବୃଆରୀରୁ CBSE ବୋର୍ଡ ପରୀକ୍ଷା

0

ନୂଆଦିଲ୍ଲୀ: ପ୍ରକାଶ ପାଇଲା cbse ବୋର୍ଡ ପରୀକ୍ଷା ତାରିଖ । ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ ଡାଟା ଶିଟ ପ୍ରକାଶ ପାଇଛି। ୧୫ ଫେବୃଆରୀ ୨୦୨୪ରୁ ପରୀକ୍ଷା ଆରମ୍ଭ ହେବ।

ଭାରତ ତଥା ବିଦେଶରେ ସିବିଏସଇ ବୋର୍ଡ ସହିତ ଜଡିତ ବିଦ୍ୟାଳୟ ଥିବା ଦେଶର ସର୍ବ ବୃହତ ଶିକ୍ଷା ବୋର୍ଡ ସିବିଏସଇର ଡାଟା ଶିଟକୁ ଛାତ୍ରୀଛାତ୍ରମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏହା ସିବିଏସଇର ଅଫିସିଆଲ ୱେବସାଇଟ cbse.gov.in ଏବଂ cbse.nic.in ରେ ଯାଞ୍ଚ କରାଯାଇପାରିବ।

Leave A Reply

Your email address will not be published.