ଓଡ଼ିଶାରେ ଜନଗଣନା ଆରମ୍ଭ: ପ୍ରଥମ ଦିନରେ ୧୭ ହଜାର ଲୋକ ହେଲେ ଗଣା

0

ଦେଶବ୍ୟାପୀ ବହୁ ପ୍ରତୀକ୍ଷିତ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଏହାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ପ୍ରଥମ ଦିନରେ ହିଁ ରାଜ୍ୟର ପ୍ରାୟ ୧୭ ହଜାର ଲୋକଙ୍କ ଗଣନା ହୋଇଛି । ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଏହି ସୂଚନା ଦେବା ସହ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ପଦ୍ଧତିରେ ଚାଲିଥିବା ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ, ଜନଗଣନା କାର୍ଯ୍ୟର ଅଗ୍ରଗତି ଓ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଜନଗଣନା ସମନ୍ୱୟ କମିଟିର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ, ଉନ୍ନୟନ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇ ଜନଗଣନା ପ୍ରକ୍ରିୟାକୁ କିପରି ସୁରୁଖୁରୁରେ ଶେଷ କରାଯାଇପାରିବ, ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.