ନୂଆଦିଲ୍ଲୀ (ଆମ ଟିଭି): ଦେଶ ପାଳୁଛି ୭୫ ବର୍ଷ ପୂର୍ତ୍ତି ଉତ୍ସବ। ତେଣୁ ଏହାକୁ ସାରା ଦେଶ ଖୁବ ଧୁମଧାମରେ ପାଳନ କରିବାକୁ ଯାଉଛି । ଏଭିତରେ କେନ୍ଦ୍ର ସରକାର ଅଗଷ୍ଟ ୧୫ର ଏହି ରାଷ୍ଟ୍ରୀୟ ପର୍ବ କିମ୍ବା ସ୍ୱାଧୀନତା ଦିବସକୁ କିପରି ପାଳନ କରାଯିବ ସେନେଇ ଆଡ଼ଭାଇଜାରୀ ଜାରି କରିଛନ୍ତି । ବର୍ତ୍ତମାନ ସମୟରେ ପ୍ରତିଦିନ ୧୫ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଥିବା କାରଣରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଚେତେଇ ଦେଇଛନ୍ତିକି ସ୍ୱାଧୀନତା ଦିବସ ନେଇ କୌଣସି ବଡ ଧରଣର ସଭାସମିତି ଆୟୋଜନ କରାଯିବ ନାହିଁ । ସମସ୍ତେ କୋଭିଡ-19 ଗାଇଡ଼ଲାଇନ ତଥା ସମସ୍ତ ଦିଶା ନିର୍ଦ୍ଦେଶକୁ ପାଳନ କରନ୍ତୁ ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କର ସମସ୍ତ ଜିଲ୍ଲାର ପ୍ରମୁଖ ସ୍ଥାନ ମାନଙ୍କରେ “ସ୍ୱଚ୍ଛ ଭାରତ” ଅଭିଯାନ ଚଳାଇବା ନେଇ ଦିଶା ନିର୍ଦ୍ଦେଶ ଦେଇଛନ୍ତି । ଏହି ସବୁ ସ୍ଥାନ ଯେମିତି ପରିସ୍କାର ପରିଚ୍ଛନ ରହିବ ସେନେଇ ଧ୍ୟାନ ଦେବେ ।ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞାପ୍ତିରେ କୁହାଯାଇଛିକି, “କୋଭିଡ-19ର ସମସ୍ତ ନିର୍ଦ୍ଦେଶନାମାକୁ ପାଳନ କରନ୍ତୁ, ବଡ ବଡ ସଭାସମିତି ଆଦି ଆୟୋଜନ କରନ୍ତୁ ନାହିଁ”