ମୁଖ୍ୟ ସଚିବଙ୍କୁ କେନ୍ଦ୍ରର ଚିଠି ବିଜେଡି ସରକାରକୁ ଭସ୍ମ କରିଦେବ: ମୋହନ ମାଝି

0

ନୂଆଦିଲ୍ଲୀ (ଆମ ଟିଭି): ଭିକେ ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ଚିଠିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଏହାରି ଭିତରେ ବିଜେପିର ପ୍ରତିକ୍ରିିୟା ସାମ୍ନାକୁ ଆସିଛି । କେନ୍ଦ୍ରର ଚିଠିକୁ ଛୋଟ ଭାବିବା ସେମାନଙ୍କ ମୁର୍ଖାମୀ । ଗୋଟିଏ ଧାଡିର ଚିଠି ଆଟମ ବମ ଭଳି ହେବ । ସରକାର ଭାଙ୍ଗିଯିବା ଭଳି ସ୍ଥିତି ହେବ । କେନ୍ଦ୍ରର ଚିଠି ବିଜେଡି ସରକାରକୁ ଭସ୍ମ କରିଦେବ । ବିଜେଡି ସାଂସଦ ଓ ବିଧାୟକମାନେ ଅସହାୟ । ସେମାନେ ୫-ଟି ସଚିବଙ୍କ ଦାସତ୍ୱ ସ୍ୱୀକାର କରିଛନ୍ତି । କାରଣ ଜେଲ ଯିବା ଓ ଟିକେଟ୍ କଟିବା ଭୟ ତାଙ୍କୁ ଘାରିଛି ।

ସେପଟେ, ଫାଇଭ୍–ଟି ସଚିବଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ । କହିଛନ୍ତି, କିଛି ଲୋକ କହୁଛନ୍ତି ପାୱାର ଡେଲିଗେଟ୍ ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି । ମୁଖ୍ୟମନ୍ତ୍ରୀ ବିଜେଡିର ସଭାପତି ହିସାବରେ ଦଳର କର୍ମୀଙ୍କୁ ଦାୟିତ୍ୱ ଦେଉଛନ୍ତି । ସେହିପରି ସରକାରୀ କର୍ମକର୍ତ୍ତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି ।

 

 

 

 

Leave A Reply

Your email address will not be published.