ପଶ୍ଚିମବଙ୍ଗର ପ୍ରତ୍ୟେକ ଜିଲ୍ଲାକୁ ଜଗିବେ କେନ୍ଦ୍ରୀୟ ଫୋର୍ସ: ସୁପ୍ରିମକୋର୍ଟ

0

ନୂଆଦିଲ୍ଳୀ (ଆମ ଟିଭି): ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ପରେ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ଏହି ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହାରି ଭିତରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ନେଇ ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ମିଳିଛି । କୋର୍ଟ କୋଲକାତା ହାଇକୋର୍ଟର ନିଷ୍ପତ୍ତିକୁ କାଏମ ରଖିଛନ୍ତି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଏହା ସହ କୋର୍ଟ ରାଜ୍ୟ ସରକାରଙ୍କ ଉପରେ ଶକ୍ତ ଟିପ୍ପଣୀ କରିଛନ୍ତି ।

ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ ନାଗରତ୍ନା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟର ନିର୍ଦ୍ଦେଶ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ କରିବାରେ ଅନେକ ସାହାର୍ୟ୍ୟ କରିବ । ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଏହା ସ୍ପଷ୍ଟ କରୁଛି ଯେ କେଉଁଭଳି ସମ୍ବେଦନଶୀଳ ସ୍ଥାନରେ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ନିର୍ବାଚନ କରାଯାଇପାରିବ ।

 

Leave A Reply

Your email address will not be published.