ମାତ୍ରାଧିକ ବିମାନଭଡ଼ା ବୃଦ୍ଧି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

0
ଇଣ୍ଡିଗୋ ବିମାନ ସଙ୍କଟ ପରେ ସାରା ଦେଶରେ ଘରୋଇ ବିମାନ ଭଡ଼ା ବୃଦ୍ଧି ସମ୍ପର୍କରେ ବଢ଼ୁଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେନ୍ଦ୍ର ସରକାର ଆଜି ବିମାନ କମ୍ପାନୀଗୁଡ଼ିକ ଉପରେ ଭଡ଼ା ସୀମା ଲାଗୁ କରିଛନ୍ତି ।
 
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବିମାନ କମ୍ପାନୀଗୁଡ଼ିକ ଅଧିକ ଶୁଳ୍କ ନେଇପାରିବେ ନାହିଁ । ଏହା ସହ ସେବାରେ ଜାରି ବ୍ୟବଧାନ ବେଳେ ଉଲ୍ଲଂଘନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି ମନ୍ତ୍ରଣାଳୟ ।
 
📌୫ ଶହ କିମି ଭିତରେ ବିମାନ ଭଡ଼ା ୭ ହଜାର ୫ ଶହ ଟପିବ ନାହିଁ ।
 
📌୫ ଶହରୁ ୧ ହଜାର କମି ପର୍ଯ୍ୟନ୍ତ ଭଡ଼ା ୧୨ ହଜାର ଟଙ୍କା ।
 
📌୧ ହଜାରରୁ ୧୫ ଶହ କିମି ପର୍ଯ୍ୟନ୍ତ ଭଡ଼ା ୧୫ ହଜାର ଟଙ୍କା ।
 
📌୧୫ ଶହ କିମି ଟପିଲେ ଯାତ୍ରୀ ଭଡ଼ା ୧୮ ହଜାର ଭିତରେ ରହିବ ।
 
କହିରଖୁଛୁ ଯେ, ୫ ଦିନ ବିତିଲାଣି ତେବେ ସାରା ଦେଶରେ ଇଣ୍ଡିଗୋ ଅଚଳାବସ୍ଥା ଜାରି ରହିଛି । ଏହି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଯିବା ପରେ ଇଣ୍ଡିଗୋ ସିଇଓଙ୍କ ସହିତ ଯୋଗାଯୋଗ କରିଛି ପିଏମଓ ।
IndiGo Crisis: Govt caps airfares at a maximum of Rs 18,000
Leave A Reply

Your email address will not be published.