ନୂଆଦିଲ୍ଲୀ (ଆମ ଟିଭି) : ଗୌତମ ଆଦାନୀଙ୍କୁ ସୁରକ୍ଷା ଯୋଗାଇବେ ସରକାର । ଏସିଆର ସବୁଠୁ ଧନୀ ବ୍ୟକ୍ତି ଗୌତମ ଅଦାନୀଙ୍କୁ ସରକାର ତ ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି। ଗୃହ ମନ୍ତ୍ରଳାୟ ସୁତ୍ରରୁ କୁହାଯାଇଛି ଯେ, ଗୌତମ ଅଦାନୀଙ୍କୁ ଯେଉଁ ସୁରକ୍ଷା ଦିଆଯାଇଛି ତାହାର ଖର୍ଚ୍ଚ ସେ ନିଜେ ଭରଣା କରିବେ। ଗୌତମ ଅଦାନୀଙ୍କ ପ୍ରତି ବିପଦ ଥିବା ଆଇବିର ରିପୋର୍ଟ ଆଧାରରେ ଗୃହମନ୍ତ୍ରଳାୟ ଅଦାନୀ ସମୁହର ସଭାପତିଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ତ ବର୍ଗର ସୁରକ୍ଷା ଅଧୀନରେ ସମୁଦାୟ ୩୩ ସୁରକ୍ଷାକର୍ମୀ ନିୟୋଜିତ ହେବେ। ଆଦାନୀଙ୍କ ସୁରକ୍ଷା ସଶସ୍ତ୍ର ବାହିନୀ ହାତରେ ରହିବ। ଗୃହ ମନ୍ତ୍ରଣାଳୟ ସୂତ୍ର ଅନୁସାରେ ଗୌତମ ଆଦାନୀଙ୍କ ଘରେ ୧୦ ସଶସ୍ତ୍ର ଷ୍ଟାଟିକ୍ ଗାର୍ଡ ଉପସ୍ଥିତ ରହିବେ। ଏହା ବ୍ୟତୀତ, ତିନୋଟି ସିଫ୍ଟରେ ୧୨ ଟି ସଶସ୍ତ୍ର ସ୍କଟ୍ କମାଣ୍ଡୋ, ସିଫ୍ଟରେ ୨ ୱାଚର ଏବଂ ୩ ଘଣ୍ଟା ତାଲିମପ୍ରାପ୍ତ ଡ୍ରାଇଭର ସେମାନଙ୍କ ସୁରକ୍ଷା କ୍ଷେତ୍ରରେ ନିୟୋଜିତ ହେବେ।