୧୮ଟି ରାଜ୍ୟକୁ ମନରେଗା ଯୋଜନାର ବକେୟା ରାଶି ଦେଉନାହାଁନ୍ତି କେନ୍ଦ୍ର ସରକାର: ମଲ୍ଲିକାର୍ଜୁନ ଖଡଗେ

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଥର ପ୍ରସଙ୍ଗ ରହିଛି ମନରେଗା ଯୋଜନା। ବୁଧବାର ଦିନ ଖଡଗେ ଦାବି କରିଛନ୍ତି କି, ମୋଦୀ ସରକାର ଏପର୍ୟ୍ୟନ୍ତ ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମନରେଗା ଯୋଜନାରେ ୬,୩୩୬ କୋଟି ଟଙ୍କା ବକେୟା ରାଶି ପ୍ରଦାନ କରିନାହାଁନ୍ତି ।

ଖଡଗେ କହିଛନ୍ତି କି ୧୮ ବର୍ଷ ପୂର୍ବେ କଂଗ୍ରେସ ସରକାର ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରମୁଖ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ୟ୍ୟକ୍ରମ ମନରେଗା ଯୋଜନାକୁ ବି ବିଜେପି ସରକାର ଦୁର୍ବଳ କରିବାରେ ଲାଗିଛି । ୨୦୦୫ ମସିହା ଆଜିର ଦିନରେ କଂଗ୍ରେସ ସରକାର ଦେଶର କୋଟି କୋଟି ଗ୍ରାମୀଣ ଲୋକଙ୍କ ରୋଜଗାର ଅଧିକାରକୁ ସୁନିଶ୍ଚିନ୍ତ କରିବାକୁ ମନରେଗା ଯୋଜନା ଲାଗୁ କରିଥିଲେ ।

 

Leave A Reply

Your email address will not be published.