ଭୁବନେଶ୍ୱର (ଆମ ଟିଭି): ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ଲାଗିଛି । କେନ୍ଦ୍ର ସରକାରଙ୍କୁ ପୁଣି ବିଜେଡିର ଟାର୍ଗେଟ । ପୁଣିଥରେ କେନ୍ଦ୍ରର ଅବହେଳା ପ୍ରସଙ୍ଗ ଉଠାଇଛି ବିଜେଡି । କେନ୍ଦ୍ର ସରକାର କି ପ୍ରକାର ଓଡ଼ିଶା ବାସୀଙ୍କୁ ଠକି ଚାଲିଛନ୍ତି ସେ ସମ୍ପର୍କରେ ପ୍ରଶ୍ନ ଉଠାଇବା ସହିତ ପଦ୍ମପୁର ବାସୀଙ୍କ ସହ ପ୍ରତାରଣା କରାଯାଉଥିବା ବିଜେଡି କହିଛି । ସେହିଭଳି ଚାଷୀଙ୍କଠୁ ନେଇ ଯୁବଗୋଷ୍ଠୀ ପର୍ୟ୍ୟନ୍ତ, ରେଳ ବିଭାଗରୁ ନେଇ ଜାତୀୟ ରାଜପଥ ପର୍ୟ୍ୟନ୍ତ , ତା ସହିତ ଆବାସ ଯୋଜନାରୁ ନେଇ ଧାନ ସମସ୍ୟା ଓ ଚାଷୀ ସମସ୍ୟା ପର୍ୟ୍ୟନ୍ତ ପ୍ରତିଟି କ୍ଷେତ୍ରରେ ପ୍ରତାରଣା କରିଚାଲିଛି କେନ୍ଦ୍ର ।
ଫସଲ ବୀମା ଯୋଜନାରେ ବିଜେପି ମିଛ କହୁଛି । ଚାଷୀଙ୍କ ଆୟ ଦୁଇଗୁଣ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି । ୫ବର୍ଷ ପରେ ବି ଏମଏସପି ବଢିଲାନି । ଚାଷୀଙ୍କ ଉଷୁନା ଚାଉଳ ପଡିରହୁଛି , ତାକୁ ଉଠାଉନି । ବଳକା ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ର ପ୍ରତାରଣା କରିଛି । କେବଳ ସେତିକି ନୁହେଁ ଚାଷୀଙ୍କ ପାଇଁ ଇନପୁଟ ସବସିଡି ରାଜ୍ୟ ଘୋଷଣା କରିଛି । ୨୦୦କୋଟିର ଇନପୁଟ ସବସିଡି ଦେବେ ରାଜ୍ୟ ସରକାର । ଆଦର୍ଶ ଆଚରଣ ବିଧି ଉଠିବା ଦିନ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ।