ବଡ଼ ପରଦାରେ ଆସିଲା ଭୂମିକାଙ୍କ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଚକ୍ଷୁବନ୍ଧନ”

0

ସାରା ଦେଶ ସମେତ ଓଡିଶା ବି କରୋନା ସହ ଲଢୁଛି । ତଥାପି ଫିଲ୍ମ ରିଲିଜ୍ କରିବାକୁ ଅଣ୍ଟା ଭିଡିଛି ଓଲିଉଡ । ସେପ୍ଟେମ୍ବର ୧୦ ଗଣେଶ ପୂଜା ଅବସରରେ ପ୍ରେମ, ପ୍ରତାରଣା, ରହସ୍ୟ ଓ ରୋମାଂଚକର ମୌଳିକ କାହାଣୀକୁ ନେଇ ନୂଆ ଓଡ଼ିଆ ଚଳଚ୍ଚିତ୍ର ଚକ୍ଷୁବନ୍ଧନ ମୁକ୍ତିଲାଭ କଲା।
ପ୍ରଥମେ ଭୂବନେଶ୍ବର ସ୍ଥିତ ଡିଏନ ରେଗାଲିଆ ଠାରେ ଚଳଚ୍ଚିତ୍ର ର ସମସ୍ତ କାଷ୍ଟ ଆଉ କ୍ରିଉ ଭୂମିକା,ରିଷି ଓ ରାଜେଶ ଫ୍ୟାନ କ୍ଲବ ପିଲାଙ୍କ ଗହଣରେ ଆସିଥିଲେ ପ୍ରେକ୍ଷାଳୟକୁ। ସାରା ଓଡ଼ିଶାରେ ବିପୁଳ ଜନଗହଳି ରେ ଚଳଚ୍ଚିତ୍ର ଟି ଚାଲିଥିବା ଜଣାପଡିଛି।

ଅନିଶ୍ ଏଣ୍ଟରନେମେଣ୍ଟ ବ୍ୟାନର ତଳେ ନିର୍ମିତ ହୋଇଥିବା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ତପନ କୁମାର ଦାଶ । କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଦିଲ୍ଲୀପ ବଳବନ୍ତରାୟ । ଫିଲ୍ମର ମୁଖ୍ୟ ଭୂମିକାରେ ରାଜ ରାଜେଶ, ଋଷି, ଭୂମିକା ଦାଶ ଓ ବଙ୍ଗଳା ନାୟିକା ଇଶାନୀ ସେନଗୁପ୍ତାଙ୍କୁ ଦେଖିବାକୁ ମିଳିବ । କେବଳ ଓଡିଆ ନୁହେଁ ବରଂ ବଙ୍ଗଳା ଭାଷାରେ ମଧ୍ୟ ଦର୍ଶକ ଦେଖି ପାରିବେ। ଏହି ଫିଲ୍ମ ର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରାଜେନ୍ଦ୍ର ମହାନ୍ତ।

ସ୍ୱାର୍ଥ ଓ ଭ୍ରମ ଭଳି ଦୁଇଟି ମାନସିକ ଚିନ୍ତାଧାରା ଉପରେ ଆଧାରିତ ଏହି ଫିଲ୍ମର ସଙ୍ଗୀତ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଅଭିଜିତ ମଜୁମଦାର ଓ ବନି ଗୌରବଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଫିଲ୍ମର ପ୍ରତିଟି ଗୀତ ଖୁବ ମନଛୁଆଁ ତଥା ଅର୍ଥବୋଧକ ହୋଇପାରିଛି ।

ପୂର୍ବରୁ ଅନେକ ଓଲିଉଡ ଫିଲ୍ମ ବଙ୍ଗଳା ଭାଷାରେ ରିଲିଜ୍ ହୋଇଥିଲାବେଳେ ମିଶ୍ରିତ ଫଳାଫଳ ସାମ୍ନାକୁ ଆସିଥିଲା । ଗଣେଶ ପୂଜା ଅବସରରେ ରିଲିଜ୍ ହୋଇଥିବା ଫିଲ୍ମ “ଚକ୍ଷୁବନ୍ଧନ” ନିଶ୍ଚିତ ଭାବେ ଦର୍ଶକଙ୍କ ନିକଟରେ ସଫଳତା ହାସଲ କରିବ ବୋଲି ଆଶାୟୀ ଅଛନ୍ତି କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ।ପାଇବାର ଇଚ୍ଛା ପାପର ପରିଧି ଭିତରକୁ ଟାଣି ନିଏ , ନ ପାଇବାର ଭୟ ମଣିଷକୁ କରିଦିଏ ବିଚାର ଶୂନ୍ୟ ,କାହାର ପ୍ରେମ ଇଏ, କାହା ପାଇଁ ଭ୍ରମ । ଏହାହିଁ “ଚକ୍ଷୁବନ୍ଧନ”।

Leave A Reply

Your email address will not be published.