ଚମ୍ପଇ ସୋରେନ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ(ଆମ ଟିଭି): ଚମ୍ପଇ ସୋରେନ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ଖବର ମିଲିଛି। ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିବା ପରେ ବିଧାୟକଙ୍କ ସହ ସେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ଦେଇଛନ୍ତି। ଏହାପରେ ଜେଜେଏମ ଏବଂ କଂଗ୍ରେସ ବିଧାୟକମାନେ ଚମ୍ପଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି।

ହେମନ୍ତ ସୋରେନଙ୍କ ଗିରଫ ପରେ ରାଜଭବନକୁ ଇଡି ସହ ସେ ଯାଇଥିଲେ। ରାଞ୍ଚିରେ ଥିବା ମୁଖ୍ୟମନ୍ତ୍ରୀ ବାସଭବନ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଡିଜିପି ଏବଂ ମୁଖ୍ୟ ସଚିବ ମଧ୍ୟ ମୁଖ୍ୟମନ୍ତ୍ରୀ ବାସଭବନରେ ପହଞ୍ଚିଛନ୍ତି।

Leave A Reply

Your email address will not be published.